Odisha news

ବ୍ରହ୍ମପୁରର ସିଜିଏସଟି କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ଅଧିକ୍ଷକ

0
ବ୍ରହ୍ମପୁର : ବ୍ରହ୍ମପୁରର ସିଜିଏସଟି କାର୍ଯ୍ୟାଳୟରେ  ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ କାର୍ଯ୍ୟାଳୟର ଅଧିକ୍ଷକ । ଲାଞ୍ଚ କାରବାର ଅଭିଯୋଗରେ ବ୍ରହ୍ମପୁରର ସି.ଜି.ଏସ୍.ଟି କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ । ଲାଞ୍ଚ କାରବାର ଅଭିଯୋଗ ହେଉଥିବା ବେଳେ ଘଟଣା ସ୍ଥଳରୁ ୧୫ ହଜାର ଟଙ୍କା ନେଉଥିବା ବେଳେ  ସିବିଆଇର ୧୫ ଜଣିଆ ଟିମ୍ ସି.ଜି.ଏସ୍.ଟି ର ବ୍ରହ୍ମପୁର ଅଧିକ୍ଷକଙ୍କ କାର୍ଯ୍ୟାଳୟରେ  ଚଢାଉ କରିଛନ୍ତି । ବ୍ରହ୍ମପୁର ସହରର  ଠିକାଦାରଙ୍କ ଠାରୁ କୁଆଡେ ଅଧିକ୍ଷକ ମନୋଜ ସୁବୁଦ୍ଧି କୁଆଡେ ୨୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ଏହି ଘଟଣା ସମ୍ପର୍କରେ  ସିବିଆଇ ନିକଟରେ ଅଭିଯୋଗ ପରେ ପୂର୍ବରୁ ଘଟଣାର ତଦନ୍ତ କରି ଅଭିଯୋଗର ସତ୍ୟତା ସଂଗ୍ରହ କରିବା ପରେ ବୁଧବାର ୧୫ ଜଣ ଟିମ୍ ଅଧିକାରୀ ଜଣଙ୍କ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିବା ସହିତ ଘଟଣାର ତଦନ୍ତ କରାଯାଉଛି ।
Govt
Leave A Reply