ଆଠଗଡ ୦୬-୦୭-୨୪ ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମରେ ଶ୍ବଶୁର ଘରକୁ ଜ୍ବାଇଁ ଶୁକ୍ରବାର ମଧ୍ୟ ରାତ୍ରିରେ ବୋମାମାଡ କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମର ରବୀନ୍ଦ୍ର ସାହୁଙ୍କ ଝିଅ ବନିତା(୩୨) ଆଜକୁ ଦଶ ବର୍ଷ ତଳେ ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ଗ୍ରାମର ଅରବିନ୍ଦ ସାହୁ (୩୬)ଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କ ଦୁଇଟି ପୁଅ ଅଛନ୍ତି। ଆଜକୁ କିଛି ଦିନ ହେବ ଅରବିନ୍ଦ ବନିତା ମଧ୍ୟରେ ମନାନ୍ତର ହୋଇଥିଲା। ଫଳରେ ବନିତା ତାର ପିଲାମାନଙ୍କୁ ଧରି ବାପଘର ଜାଗିଆପଡା କୁ ପଳାଇ ଆସିଥିଲେ। ଶୁକ୍ରବାର ମଧ୍ୟରାତ୍ରିରେ ଅରବିନ୍ଦ ଶ୍ବଶୁର ଘରକୁ ସ୍ତ୍ରୀ ବନିତା କୁ ଆଣିବା ପାଇଁ ଯାଇଥିଲେ। ମାତ୍ର ବନିତା ରାଜି ନ ହେବାରୁ ଉତ୍ତ୍ୟକ୍ତ ହୋଇ ଅରବିନ୍ଦ ଶଶୁର ଘର ଉପରକୁ ବୋମା ମାଡ କରିଥିଲା। ମାତ୍ର ବୋମାମାଡ ରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।। ଘଟଣା ସଂପର୍କରେ ବନିତାର ଭାଇ ପ୍ରଶାନ୍ତ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଠଗଡ ଥାନା କେଶ ନମ୍ବର ୨୦୬/୨୪ ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଜ୍ବାଇଁ ଅରବିନ୍ଦ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ଦିଲ୍ଲୀପ କୁମାର ବେହେରା ସୂଚନା ଦେଇଛନ୍ତି।