ଆଜିକାଲି ଆଧୁନିକ ଯୁଗରେ ବିଜ୍ଞାପନ ଯୁଗରେ ଚକୋଲେଟ ଖୁଆଇ ପାଟି ମିଠା କରାଯାଉଛି, କିନ୍ତୁ ଶୁଭ ମାଙ୍ଗଳିକ କାର୍ଯ୍ୟରେ ମାତ୍ର ଖଣ୍ଡିଏ ଗୁଡ଼ ର ଅନେକ ମହତ୍ୱ ରହିଛି l ଗୁଡ଼ ସ୍ଵାଦରେ ମିଠା ଅଟେ ଏବଂ ଗୁଡ଼ ମଧ୍ୟ ଶୁଭ ଅଟେ l ଯଦି ଆମେ ଖଣ୍ଡିଏ ଗୁଡକୁ ଏଭଳି ପ୍ରୟୋଗ କରିବା ତେବେ ଅନେକ କାର୍ଯ୍ୟରେ ସଫଳତା ମିଳିଥାଏ l ଆସନ୍ତୁ ଜାଣିବା ଖଣ୍ଡିଏ ଗୁଡ଼ କିଭଳି ବଦଳାଇ ଦେବ ଭାଗ୍ୟ l
– ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟ ଦୁର୍ବଳ ଅଛନ୍ତି ତେବେ ପ୍ରତିଦିନ ନିଜ ଦିନର ଆରମ୍ଭ ଖଣ୍ଡିଏ ଗୁଡ଼ ଖାଇ ଆରମ୍ଭ କରନ୍ତୁ l ଏହା ସହିତ ପ୍ରତ୍ୟେକ ରବିବାର ଦିନ ୮୦୦ ଗ୍ରାମ ଗୁଡ଼ ଓ ୮୦୦ ଗ୍ରାମ ଗହମ ମନ୍ଦିର ରେ ଦାନ କରନ୍ତୁ , ସୂର୍ଯ୍ୟ ମଜବୁତ ହେବେ l
– ଆର୍ଥିକ ସ୍ଥିତି ରେ ଯଦି କିଛି ଅସୁବିଧା ଦେଖା ଦେଉଛି ତେବେ ଖଣ୍ଡିଏ ଗୁଡ଼ କୁ ନାଲି କପଡା ରେ ଗୋଟିଏ ମୁଦ୍ରା ରେ ବାନ୍ଧି ଦିଅନ୍ତୁ l ଏହାପରେ ଏହାକୁ ମା ଲକ୍ଷ୍ମୀ ଙ୍କ ଫଟୋ ସାମ୍ନାରେ ରଖି ଦିଅନ୍ତୁ l ପ୍ରତିଦିନ ବିଧିବଦ୍ଧ ଭାବରେ ପୂଜା କରନ୍ତୁ l ପଞ୍ଚମ ଦିନ ମା ଙ୍କୁ ଆରାଧନା କରି ଏହାକୁ ଘରେ ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ l
– ଯଦି ଋଣଭାର ରେ ସ୍ଥିତି ଅସମ୍ଭାଳ ହେଉଛି ତେବେ ଖଣ୍ଡିଏ ହଳଦିଆ କପଡା ରେ ୭ଟି ହଳଦୀ ଖଣ୍ଡ ଓ ସାମାନ୍ୟ ଗୁଡ଼ କୁ ବାନ୍ଧି ଦିଅନ୍ତୁ l ଏହାପରେ ତାକୁ ସେହି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠାରେ ପଇସା ରଖୁଛନ୍ତି l ଏବଂ ୨୧ ଦିନ ପରେ ଏହି କପଡା କୁ କୌଣସି ପ୍ରବାହିତ ହେଉଥିବା ଜଳ ରେ ଭସାଇ ଦିଅନ୍ତୁ l ଋଣ ଭାର ରୁ ମୁକ୍ତି ମିଳିବ l
– ଯଦି ବରମ୍ଭର ଚାକିରୀ କିମ୍ବା ପ୍ରମୋସନ କ୍ଷେତ୍ରରେ ଅସଫଳ ପ୍ରତିଦିନ ଘରର ପ୍ରଥମ ରୁଟି ଓ ଖଣ୍ଡିଏ ଗୁଡ଼ ଗାଈକୁ ଖାଇବାକୁ ଦିଅନ୍ତୁ l ନିଶ୍ଚିନ୍ତ ସଫଳତା ପାଇବେ l
