ବିଜେପି ର ଓଡିଶା ରାଜନୀତିରେ ଗୋଟିଏ ସକ୍ରିୟ ଚେହେରା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଯାହାଙ୍କର ରହିଛି ଗୋଟିଏ ସ୍ୱତନ୍ତ୍ର ସ୍ଥାନ l ଧର୍ମେନ୍ଦ୍ର ଙ୍କ ପିତା ଦେବେନ୍ଦ୍ର ପ୍ରଧାନ ଅଟଳ ବିହାରୀ ସରକାର ରେ କ୍ୟାବିନେଟ ମିନିଷ୍ଟର ଥିଲେ l ଦିର୍ଘ ୨୪ ବର୍ଷ କାଳ ଯେଉଁ ରାଜ୍ୟ ବିଜେଡି ଶାସିତ ହୋଇ ଆସିଥିଲା ବର୍ତମାନ ତାହା ବିଜେପି ଅଧୀନକୁ ଆସି ସାରିଛି l
ଚଳିତ ଥର ନିର୍ବାଚନ ରେ ସମ୍ବଲପୁର ଆସନ ରୁ ସାଂସଦ ଭାବରେ ଧର୍ମେନ୍ଦ୍ର ମଧ୍ୟ ବିଜୟ ଲାଭ କରିଛନ୍ତି l
ଧର୍ମେନ୍ଦ୍ର ପିଲାଟି ଦିନରୁ ଓଡିଶା ର ପାଣି ପବନ ସହିତ ଜଡିତ ରହିବା ସହ ଗୋଟିଏ ରାଜନୈତିକ ପରିବାର ରେ ଜୁନ ୨୬, ୧୯୬୯ ରେ ତାଳଚେର ଠାରେ ଜନ୍ମ ଗ୍ରହଣ କରିଥିଲେ l ପିଲାଟି ଦିନରୁ ରାଜନୈତିକ ପରିବାର ରେ ଲାଳନ ପାଳନ ହୋଇ ଥିବାରୁ ରାଜନୀତି ପ୍ରତି ଧର୍ମେନ୍ଦ୍ର ଙ୍କର ଖୁବ ନିଷ୍ଠା ରହିଛି l ନିଜ କଲେଜ ସମୟ ରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରେ ସାମିଲ ହୋଇଥିଲେ l ଏବଂ ୧୯୮୩ ରେ ତାଙ୍କୁ ଅକ୍ଷୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ସେକ୍ରେଟାରୀ ଭାବରେ ଚୟନ କରାଯାଇ ଥିଲା l ଏବଂ ୧୯୯୭ ରେ ସେ ମୄଦୁଲା ଙ୍କୁ ବିବାହ କରିଥିଲେ l
୨୦୦୦ ରେ ସେ ପାଲହଡା ବିଧାନସଭା କ୍ଷେତ୍ର ରୁ ଓଡ଼ିଶାର ବିଧାନସଭା ସଦସ୍ୟ ଭାବରେ ମନୋନୀତ ହୋଇଥିଲେ l ଏହାପରେ ସେ ଲୋକସଭା ମତଦାନ ରେ ବିଜୟ ଲାଭ କରି ୨୦୦୪-୨୦୦୯ ପର୍ଯ୍ୟନ୍ତ ଦେବଗଡ଼ ନିର୍ବାଚନ କ୍ଷେତ୍ରରୁ ପ୍ରତିନିଧିତ୍ବ କରିଥିଲେ l ଏହାପରେ ୨୦୧୪ ରେ ରାଜ୍ୟ ମନ୍ତ୍ରୀ ଭାବରେ ସାମିଲ ହୋଇଥିଲେ l ଏବଂ ୨୦୧୭ ରେ ମୋଦୀ ଙ୍କ କ୍ୟାବିନେଟ ମିନିଷ୍ଟ୍ରି ରେ ସାମିଲ ହୋଇଥିଲେ l ୨୦୧୯ ରେ ମୋଦୀ ସରକାର ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ମିଳିଥିଲା , ଏବଂ ସେ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱ ରେ ସେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ ସରକାର ଦ୍ଵିତୀୟ ଇନିଂସ ରେ ପେଟ୍ରୋଲିୟମ, ଗ୍ୟାସ ଓ ଇଷ୍ପାତମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ l
୨୦୧୧ ରେ ଦଳର ମହାସଚିବ ଭାବରେ ନିଯୁକ୍ତି ଦିଆଯାଇ ଥିଲା ଏବଂ ୨୦୧୮ ରେ ମଧ୍ୟପ୍ରଦେଶ ର ରାଜ୍ୟସଭା ସଦସ୍ୟ ଭାବରେ ଚୟନ ହୋଇଥିଲେ l ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ଅମିତ ଶାହା ଙ୍କ ଧର୍ମେନ୍ଦ୍ର ପ୍ରଧାନ ଖୁବ ନିକଟତର ଅଟନ୍ତି, ଅମିତ ଶାହା ଙ୍କର ଧର୍ମେନ୍ଦ୍ର ଙ୍କ ଉପରେ ପ୍ରଘାଡ ବିଶ୍ୱାସ ରହିଛି l ଧର୍ମେନ୍ଦ୍ର ଙ୍କୁ ଓଡିଶା, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ଝାରଖଣ୍ଡ ରେ ବିଜେପି ର ଗତିବିଧି କୁ ତତ୍ୱାବଧାନ କରିଥିଲେ l