ଯଦି ପରିବାର ରେ ସବୁବେଳେ କ୍ଳେଶ ଓ କଳହ ଦେଖା ଯାଉଛି ତେବେ କଣ କରିବେ ? କଣ କହୁଛନ୍ତି ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ
ବୃନ୍ଦାବନ ର ପ୍ରେମାନନ୍ଦ ମହାରାଜ ଙ୍କ ର ଲୋକଙ୍କ ନିକଟରେ ଖୁବ ଆଦର ଓ ସମ୍ମାନ ରହିଛି ଏହା ଆମେ ସମସ୍ତେ ଜାଣିଛୁ l ଲୋକେ ତାଙ୍କ ପ୍ରବଚନ କୁ ଧ୍ୟାନ ଦେଇ ଶୁଣିବା ସହିତ ହୃଦୟଙ୍ଗମ ମଧ୍ୟ କରି ଥାଆନ୍ତି l ପ୍ରେମାନନ୍ଦ ମହାରାଜ ନିଜ ପ୍ରବଚନ ମାଧ୍ୟମରେ ଲୋକ ଙ୍କ ଜୀବନ ର ସମସ୍ୟା କୁ ଶୁଣି ତାର ସମାଧାନ ମଧ୍ୟ ବାହାର କରିଥାଆନ୍ତି l
ଏକଦା ଜଣେ ଭକ୍ତ ତାଙ୍କ ପ୍ରଶ୍ନ କରିଥିଲେ ଯେ ଯଦି ଘରେ ସବୁବେଳେ କଳହ, କ୍ଳେଶ ଓ ନକାରାତ୍ମକ ଉର୍ଜା ଜାରି ରହିଥାଏ, ତେବେ ଏଭଳି ସ୍ଥିତି ରେ ଅଧ୍ୟାତ୍ମ ରାସ୍ତାରେ ନିଜେ କିପରି ପରିଚାଳିତ ହେବେ ?
– ପ୍ରେମାନନ୍ଦ ମହାରାଜ କହିଥିଲେ ଯେ ଯେଉଁ ଘରେ ସଂସ୍କାର ନାହିଁ, ଗୁରୁଜନ ଙ୍କୁ ସମ୍ମାନ ନାହିଁ, ଈଶ୍ୱର ଙ୍କ ନାମ ଜପ ନାହିଁ, ପିତା-ମାତା ଙ୍କ ସମ୍ମାନ ନାହିଁ ସେହି ଘରେ ସର୍ବଦା କଳହ ଓ କ୍ଳେଶ ଲାଗି ରହିଥାଏ l
– ଯେଉଁ ଗୃହରେ ଭାଇ ଭାଇ କୁ ବିରୋଧ କରିଥାଏ ଏବଂ ଗୃହ କର୍ତା ଭଲ ଗୃହସ୍ଥ ହୋଇପାରେ ନାହିଁ, ଏବଂ ନାରୀର ରାକ୍ଷସୀ ବୃଦ୍ଧି ବୃଦ୍ଧି ହୋଇଥାଏ , ପିଲାମାନେ ପିତାମାତା ଙ୍କ ତିରସ୍କାର କରି ଥାଆନ୍ତି ସେହି ଗୃହରେ ସର୍ବଦା କ୍ଳେଶ-କଳହ ଲାଗି ରହିଥାଏ l
– ଅଧର୍ମ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରହି ପାରେନାହିଁ l ତେଣୁ କଳହ କୁ ସମାପ୍ତ କରିବା ପାଇଁ ଈଶ୍ୱର ଙ୍କ ନାମ ଗୋଟିଏ ମାଧ୍ୟମ ଅଟେ ଏହାଦ୍ୱାରା ଗୃହ କ୍ଳେଶ ଦୂର ହୋଇଥାଏ ଏବଂ ମନ ମଧ୍ୟ ଶାନ୍ତ ହୋଇଥାଏ l
– ତେଣୁ ମହାମାୟା ଠାରୁ ଦୁରେଇ ରହି ଭଗବାନ ଙ୍କୁ ଧ୍ୟାନ କରିବା ଜରୁରୀ l ପ୍ରେମାନନ୍ଦ ଗୁରୁଜୀ କହିଥିଲେ ଯେ ଯେଉଁ ସ୍ଥାନରେ ତୁମକୁ ଦୁରେଇ ଦିଆ ଯାଉଛି ତାହା ଈଶ୍ୱର ଙ୍କ କୃପା ବୋଲି ଭାବ l କାହିଁକି ନା ଭଗବାନ ଯାହାବି କରନ୍ତି ନିଜ ଭକ୍ତଙ୍କ ମଙ୍ଗଳ ପାଇଁ ହିଁ କରିଥାଆନ୍ତି l
