Odisha news

ଖାଇ ସାରିବା ପରେ ତୁରନ୍ତ ପିଅନ୍ତୁ ନାହିଁ ପାଣି, ହୋଇପାରେ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା : ରିସର୍ଚ୍ଚ

0

ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର ଏବଂ ଏହା ଶରୀରକୁ ଏହାର ଆବଶ୍ୟକତା ମଧ୍ୟ ଖୁବ ଅଧିକ ରହିଛି l ରୋଗ ଠାରୁ ଦୁରେଇ ରହିବ ପାଇଁ ଏବଂ ନିଜକୁ ହାଇଡ୍ରେଟ ରଖିବା ପାଇଁ କିଛି ସମୟ ଅନ୍ତରାଳ ରେ କିଛି କିଛି ପାଣି ନିହାତି ପିଇବା ଜରୁରୀ l ଏହା ମଧ୍ୟ ଜାଣିବା ଜରୁରୀ ଯେ କେତେ ପରିମାଣ ର ପାଣି ଓ କେଉଁ ସମୟ ରେ ପିଇବା ଆବଶ୍ୟକ l ଯଦି ଆପଣ ସେହି ଲୋକ ମାନଙ୍କ ମଧ୍ୟରୁ ଜଣେ ଯିଏକି ଖାଇ ସାରିବା ତୁରନ୍ତ ପରେ ପାଣି ପିଅନ୍ତି ତେବେ ନିହାତି ଜାଣି ରଖନ୍ତୁ l

ଖାଇବାର ତୁରନ୍ତ ପରେ ପାଣି ପିଇବା କ୍ଷତି କାରକ ହୋଇଥାଏ ଏବଂ ଏହାଦ୍ୱାରା ଅନେକ ପ୍ରକାର ଶାରୀରିକ କ୍ଷତି ର ସାମ୍ନା କରିବାକୁ ପଡିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଖାଇବାର କିଛି ସମୟ ପରେ ପାଣି ପିଇ ଥାଆନ୍ତି l ଆଜି ଆସନ୍ତୁ ଜାଣିବା ଖାଇବାର କେତେ ସମୟ ପରେ ପାଣି ପିଇବା ଆବଶ୍ୟକ l

କାହିଁକି ଖାଇବା ପରେ ତୁରନ୍ତ ପାଣି ପିଇବା ଜରୁରୀ ନୁହେଁ –
= ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଖାଇବାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ଏହାର ପ୍ରଭାବ ପାଚନ ତନ୍ତ୍ର ଉପରେ ପଡିଥାଏ l ଏପରି କରିବା ଦ୍ୱାରା ଖାଦ୍ୟ ହଜମ ଠିକ ଭାବେ ହୋଇ ନଥାଏ l ଏବଂ ପାଚନ ସମ୍ବନ୍ଧୀତ ଅନେକ ସମସ୍ୟା ହୋଇଥାଏ l

= ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯଦି ଆପଣ ଖାଇବାର ତୁରନ୍ତ ପରେ ପାଣି ପିଇ ଥାଆନ୍ତି ତେବେ ଏହାଦ୍ୱାରା ଖାଦ୍ୟ ହଜମ୍ ହେବାର ପ୍ରାକୃତିକ ସମୟ ବଦଳି ଯାଇଥାଏ l ଯେଉଁ କାରଣରୁ ଆବଶ୍ୟକତା ଠାରୁ ଅଧିକ ଓଜନ ବୃଦ୍ଧି ସମସ୍ୟା ହୋଇଥାଏ l ଏବଂ ବ୍ଲଡ଼ ସୁଗାର ଲେବୁଲ ଉପରେ ପ୍ରଭାବ ପକାଇଥାଏ ଓ ମଧୁମେହ ବୃଦ୍ଧି ର କାରଣ ହୋଇଥାଏ l

= ଖାଇବାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ଆମ ପାଚନ ରସ ମଧ୍ୟ ପ୍ରଭାବିତ ହୋଇଥାଏ ଓ ଠିକ ଭାବରେ ହଜମ ଶକ୍ତି କାର୍ଯ୍ୟ କରି ନଥାଏ l ଯେଉଁ କାରଣରୁ ଗ୍ୟାସ , ଏସିଡିଟି ଓ ବଦହଜମୀ ସମସ୍ୟା ଦେଖା ଦେଇଥାଏ l

= ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଖାଦ୍ୟ ଖାଇବାର ୩୦ ମିନିଟ ପରେ କିମ୍ବା ୩୦ ମିନିଟ ପୂର୍ବରୁ ପାଣି ପିଇବା ଜରୁରୀ l ଏବଂ ପାଣି ପିଇବାର ପୂର୍ବରୁ ୧୦ ମିନିଟ ଚ଼ାଲିବା ମଧ୍ୟ ଆବଶ୍ୟକ l ଯେଉଁ କାରଣରୁ ଖାଦ୍ୟ ହଜମ ସହଜ ରେ ହୋଇଯାଏ l

Govt
Leave A Reply