Odisha news

କିଛିବି ଖାଇବା ମାତ୍ରକେ ଗ୍ୟାସ ରେ ବେଲୁନ ଭଳି ଫୁଲି ଯାଉଛି କି ପେଟ ?  ତେବେ ତୁରନ୍ତ ଆପଣାନ୍ତୁ ଏହିସବୁ ଘେରାଉ ଉପାୟ ପାଇବେ ଆରାମ

0
ଅତ୍ୟଧିକ ଗରମ କାରଣରୁ ପ୍ରାୟ ସମସ୍ତଙ୍କ ର ପେଟ ଜନିତ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ, ଯେପରିକି ପେଟ ଗରମ, ଛାତିରେ ଜ୍ଵଳନ, ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ, ଆମ୍ବିଳା ହେକୁଟି ଆସିବା, ବଦହଜମି, ଝାଡା, ଗ୍ୟାସ ଭଳି ଅନେକ ସମସ୍ୟା ଦେଖା ଯାଇଥାଏ l ଏପରି ସ୍ଥିତି ରେ ସବୁଠୁ ଗୁରୁତ୍ୱପୂର୍ଣ ହେଉଛି ଗରମ ଦିନରେ କିପରି ନିଜକୁ ସୁସ୍ଥ ରଖିବା l

ଗରମ ଦିନରେ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ଘରୋଇ ଉପାୟ ହେଉଛି ସବୁଠୁ ଅଧିକ ପ୍ରଭାବଶାଳୀ l ତେଣୁ ଏପରି ସ୍ଥିତି ରେ କିଛିଟା ଘରୋଇ ଉପାୟ ନିହାତି କରନ୍ତୁ ଏବଂ ଗ୍ୟାସ ସମସ୍ୟାରୁ ତୁରନ୍ତ ଆରାମ ପାଆନ୍ତୁ l

* ଅଦା ଗୋଟିଏ ଏଭଳି ଜିନିଷ ଯାହାକୁ ଆୟୁର୍ବେଦ ରେ ଖୁବ ବ୍ୟବହାର କରାଯାଇ ଥାଏ l ଏହାକୁ ଆମେ କଞ୍ଛା ହେଉ କିମ୍ବା ଶୁଖିଲା ଉଭୟ ପ୍ରକାରରେ ବ୍ୟବହାର କରିପାରିବା l ଯଦି ଆପଣ ଗ୍ୟାସ ସମସ୍ୟାରେ ଲଗାତାର ପୀଡିତ ହେଉଛନ୍ତି ତେବେ ନିୟମିତ ଅଦା ରସ କିଛି ମାତ୍ରାରେ ନେଇ ତାହାକୁ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ l

* ଘୋଳ ଦହି ଗ୍ରୀଷ୍ମ ଋତୁରେ ପିଇବା ନିହାତି ଜରୁରୀ, ଏହା ଶରୀର ପାଇଁ ଅମୃତ ସମାନ ଅଟେ  l ଘୋଳ ଦହି ନିୟମିତ ସେବନ କରିବା ଦ୍ୱାରା ଗ୍ୟାସ ଏସିଡ଼ିଟି ସମସ୍ୟା ଦୂର ହେବା ସହିତ ପାଚନ ତନ୍ତ୍ର ସୁରକ୍ଷିତ ରହିଥାଏ, ଘୋଳ ଦହି ଗ୍ରୀଷ୍ମ ଋତୁରେ ସେବନ କରିବା ଦ୍ୱାରା ସନ ଷ୍ଟ୍ରୋକ ଓ ହିଟ ଷ୍ଟ୍ରୋକ ରୁ ଆରାମ ମିଳିଥାଏ l

* ମିଶ୍ରି ପାଣି ଏବଂ ମିଶ୍ରି ପାଣିରେ ସରବତ କରି ଗରମ ଦିନରେ ପିଇବା ଦ୍ୱାରା ଗ୍ୟାସ ସମସ୍ୟା, ପେଟ ଗରମ ସମସ୍ୟା ଏବଂ ଛାତି ପୋଡିବା ସମସ୍ୟା ଇତ୍ୟାଦିରୁ ଆରାମ ମିଳିଥାଏ l ଯେଉଁମାନେ ମୋଟାପଣ ରେ ଗ୍ରାସିତ ଅଟନ୍ତି ସେମାନଙ୍କ ପାଇଁ ଚିନି ସ୍ଥାନରେ ମିଶ୍ରି ଗୋଟିଏ ଭଲ ବିକଳ୍ପ ଅଟେ l

* ଗାଈ ଘିଅ ବାତ -ପିତ ସମସ୍ୟା ପାଇଁ ଖୁବ ହିତକର l ଗାଈ ଘିଅ ମାଂସପେଶୀ କୁ ଶକ୍ତ କରିଥାଏ l ଗାଈ ଘିଅ ପାଚନ କ୍ରିୟାକୁ ସୁସ୍ଥ କରିଥାଏ l ଏବଂ ଶରୀର କୁ ଉପଯୁକ୍ତ ପୋଷଣ ଦେଇଥାଏ l ପ୍ରଜନନ କ୍ଷମତା ବୃଦ୍ଧି କରିବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l

* ଗରମ ଦିନରେ ଆପଣ ନିଜକୁ ଗ୍ୟାସ ସମସ୍ୟାରୁ ଦୂରେଇବା ପାଇଁ ଜୀରା, ଧନିଆ, ଓ ପାନମଧୁରୀ ରେ ଚା ପ୍ରସ୍ତୁତ କରି ସେବନ କରନ୍ତୁ l ନିୟମିତ ସେବନ କରିବା ଦ୍ୱାରା ଭୋକ ବୃଦ୍ଧି ହୋଇଥାଏ ଏବଂ ଗ୍ୟାସ ଏସିଡ଼ିଟି ସମସ୍ୟା ରୁ ଆରାମ ମିଳିଥାଏ l ନିୟମିତ ସକାଳୁ ଖାଲି ପେଟରେ ନିହାତି ଏହାକୁ ସେବନ କରନ୍ତୁ l

Leave A Reply