ଭଜପାର ମିଶ୍ରଣ ପର୍ଵ : ବିଜେଡି ଛାଡି ଭଜପା ରେ ଯୋଗ ଦେଲେ ବିଜୁ ଜନତା ଦଳ ର ଠାକୁରମୁଣ୍ଡା ବ୍ଲକ ଅଧକ୍ଷା ସମେତ ଶତାଧିକ କର୍ମୀ
ଠାକୁରମୁଣ୍ଡା ତା ୫/୫ : ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ଠାରେ ରବିବାର ସନ୍ଧ୍ୟାରେ ଭଜପା ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ଠାକୁରମୁଣ୍ଡା ବ୍ଲକ ଅଧକ୍ଷା ସରୋଜିନୀ ମୁଣ୍ଡା ଙ୍କ ସମେତ ବ୍ଲକ ଉପାଅଧ୍ୟକ୍ଷ ସନ୍ତୋଷ ମହାନ୍ତ,ଧାତକିଡ଼ିହା ସମିତି ସଭ୍ୟ ମନୋଜ ବିନିସିଆ ବିଜୁ ଜନତା ଦଳ ଛାଡି ଭଜପା ରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଛନ୍ତି।ଏହି ଅବସର ରେ ଅଧ୍ଯକ୍ଷା ଙ୍କ ସମର୍ଥିତ ଅସନ୍ତୁଷ୍ଟ ଅନେକ କର୍ମୀ ଭାଜପା ରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି।ସେହିପରି କଂଗ୍ରେସ ର ବ୍ଲକ ଉପସଭାପତି ତଥା ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ ଙ୍କ ନେତୃତ୍ବରେ ତାଙ୍କର ସମର୍ଥକ ମାନେ ଭାଜପା ରେ ସାମିଲ ହୋଇଥିଲେ। ସେହିପରି ବିଭିନ୍ନ ଗ୍ରାମପଞ୍ଚାୟତ ର ଅସନ୍ତୁଷ୍ଟ ଶତାଧିକ ବିଜେଡି କର୍ମୀ ଭାଜପା ରେ ସାମିଲ ହୋଇଥିଲେ।ଠାକୁରମୁଣ୍ଡା ଠାରେ ଭାଜପା ଦଳ କାର୍ଯ୍ୟାଳୟ ପରିସର ରେ ଅୟୋଜିତ ମିଶ୍ରଣ ପର୍ବରେ ପଶ୍ଚିମ ମୟୁରଭଞ୍ଜ ରାଇରଙ୍ଗପୁର ଜିଲ୍ଲା ସାଙ୍ଗଠନିକ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ,ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ,ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ମହାନ୍ତ,ସମ୍ପାଦକ ବିମଳ କୁମାର ସେନାପତି,ସ୍ୱାମୀ ଡକ୍ଟର ଧୀରେନ୍ଦ୍ରଚାର୍ଯ୍ୟ ୍ତ ଥି।ଦଳୀୟ ଅତିଥିମାନେ ଦଳରେ ସମିଲ ହୋଇଥିବା ଅନ୍ୟ ଦଳର କର୍ମୀ ମାନଙ୍କୁ ପୁଷ୍ପ ଗୁଛ ଓ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମ ରେ ୫୦୦ ରୁ ଉର୍ଦ୍ଧ୍ବ ଭଜପା ଓ ଦଳରେ ସାମିଲ ହେବାକୁ ଥିବା ଅନ୍ୟ ଦଳ ର କର୍ମୀ ମାନେ ଉପସ୍ଥିତ ଥିଲେ।
