Odisha news

ବିଜେପି ରେ ମିଶିଲେ ବିଜେଡି ର ବହୁ କର୍ମୀ

0
ବାରଙ୍ଗ : ରାଜ୍ୟରେ ଗ୍ରୀଷ୍ମପ୍ରବାହ ରେ ତାତୀ ଯେତିକି ବଢ଼ିବାରେ ଲାଗିଛି ଏହି ତାତୀ କୁ ନିର୍ବାଚନ ମାହୋଲ୍ ର ତାତି ଆହୁରି ବଢାଇ ଦେଇଛି । ଯାହା  ବାଙ୍କୀ ବାରଙ୍ଗ ନିର୍ବାଚନୀ ମଣ୍ଡଳୀ ରେ ଦେଖିବାକୁ ମିଲିଛି । ରବିବାର ଦିନ ଭାଜପା କାର୍ଯ୍ୟାଳୟ ପରିସରରେ ବାରଙ୍ଗ ବ୍ଲକ ର କୁହ୍ନେଇପଡା ଗ୍ରାମ ପଞ୍ଚାୟତ ର  ସମିତି ସଭ୍ୟା ତଥା ବିଜେଡ଼ି ନେତ୍ରୀ ଶ୍ରୀମତୀ ପ୍ରାଚୀନା ଦାସ ଏବଂ ତ୍ରିଶୂଳିଆ ଗ୍ରାମର ବହୁ ବିଜୁ ଜନତା  କର୍ମୀ ଯଥା ରୁଦ୍ରପ୍ରତାପ ମହାନ୍ତି,ସୋନୁ ମହାନ୍ତି ,ବିକାଶ ମୁଦୁଲି,ଅନୀଲ ମୁଦୁଲି ଦଳର ଆଗ ଧାଡିର ୫୦ ରୁ ଉର୍ଦ୍ଧ ବିଜେଡି  କର୍ମୀ ଦଳ ଛାଡି ଭାଜପାରେ ଯୋଗଦାନ କରିଛନ୍ତି ।  ବିଜେପି ବିଧାୟକ ପ୍ରାର୍ଥି ତୁଷାରକାନ୍ତ ଚକ୍ରବର୍ତ୍ତୀ ଉପସ୍ଥିତରହି ଦଳରେ ଯୋଗଦେଇଥିବା ଏହି ନୂତନ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ଵାଗତ କରିଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବଂ ବିଜେପି ପ୍ରାର୍ଥି  ତୁଷାର ଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସମସ୍ତେ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା କଥା କହିଛନ୍ତି ।ନିର୍ବାଚନ ସମୟରେ ସମସ୍ତଙ୍କ ମିଶିବା ବିଜେପି ପାଇଁ ଶୁଭ ସଂକେତ ବୋଲି ତୁଷାର କହିଛନ୍ତି । ଆୟୋଜିତ ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତ୍ ସଭ୍ୟ  ଭୂପତି ପାଣି ,ସରପଞ୍ଚ ସଞ୍ଜୟ ପାଣି  ପ୍ରମୁଖ ଉପସ୍ଥିତଥିଲେ।
Ad2
Leave A Reply