ଆଜି ହେଉଛି ବିଶ୍ୱ ହାସ୍ୟ ଦିବସ : ହସିବା ଦ୍ୱାରା ବ୍ୟକ୍ତି ରହିଥାଏ ନିରୋଗୀ, ଏହିସବୁ ମଜାଳିଆ ଜୋକ କୁ ପଢି ନିହାତି ହସନ୍ତୁ ଓ ଅନ୍ୟକୁ ମଧ୍ୟ ହସାନ୍ତୁ
ପ୍ରତିବର୍ଷ ମଇ ମାସର ପ୍ରଥମ ରବିବାର ଦିନଟି କୁ ବିଶ୍ୱ ହାସ୍ୟ ଦିବସ ଭାବରେ ପାଳନ କରାଯାଇ ଥାଏ l ଚଳିତ ବର୍ଷ ମଇ ମାସର ପ୍ରଥମ ରବିବାର ୫ତାରିଖ ପଡୁଛି, ତେଣୁ ଏହିଦିନ ମନଖୋଲି ହସିବା ନିଜକୁ ସମସ୍ତ ରୋଗ ଠାରୁ ନିହାତି ଦୁରେଇ ରଖିବା l ହସିବା ଦ୍ୱାରା ଜୀବନରୁ ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ l ହସିବା ସ୍ୱାସ୍ଥ୍ୟ ପାଇଁ ଖୁବ ଜରୁରୀ l ମଣିଷ ଜୀବନ ର ସମସ୍ତ ରୋଗର କାରଣ ହେଉଛି ଷ୍ଟ୍ରେସ , ହସିବା ଦ୍ୱାରା ଷ୍ଟ୍ରେସ ଦୂର ହୋଇଥାଏ l କିନ୍ତୁ ମଣିଷ ହସିବା ପାଇଁ କିଛିଟା କାରଣ ଥିବା ନିହାତି ଜରୁରୀ l ଆଜି ଆସନ୍ତୁ ଏଭଳି କିଛି ମଜାଳିଆ ଜୋକ ଶୁଣି ନିଜେ ହସିବା ଓ ଅନ୍ୟକୁ ହସାଇବା l
* ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ପଚାରିଲେ ତମକୁ ବାପ ଘରକୁ ପଠାଇ ଦେଲି ଓ ତୁମେ ଖୁସିରେ ଗଲ , କିନ୍ତୁ ସେଠାରେ ରହି ମୋ ସହିତ କାହିଁକି ତମେ ଝଗଡା କରୁଛ l ସ୍ତ୍ରୀ ଅତି ସହଜ ରେ ଉତର ଦେଲେ ୱାର୍କ ଫ୍ରମ ହୋମ୍ l
* ବାପା ପୁଅ କୁ କହିଲେ ପୁଅ ଆମ ବେଳେ ସମୟ ଏଭଳି ଥିଲା ଆମେ ୧୦ ଟଙ୍କା ନେଇକି ଯାଇ ସଉଦା ପରିବା ସବୁକିଛି ଅନୁଥିଲୁ l ପୁଅ ଏହାର ଉତ୍ତରରେ କହିଥିଲା ବାପା କଣ କରିବା ଆଜିକାଲି ପ୍ରତ୍ୟେକ ଦୋକାନ ରେ ସିସିଟିଭି କ୍ୟାମେରା ଲାଗିଛି l
* ସଞ୍ଜୟ ଜ୍ୟୋତିଷ କୁ ପଚାରିଥିଲେ କୌଣସି ସୁନ୍ଦର କନ୍ୟାକୁ ବିବାହ କରିବା ପାଇଁ କଣ କରିବାକୁ ପଡିବ ? ଜ୍ୟୋତିଷ ଏହାର ଉତ୍ତରରେ କହିଥିଲେ କୌଣସି ସପିଙ୍ଗ ମଲ ବାହାରେ ମେହେନ୍ଦୀ ଲଗାଇବା କାମ ଆରମ୍ଭ କରିଦିଅ l
* ଶିକ୍ଷକ ପପୁ କୁ ପଚାରିଲେ ହୋମ ୱାର୍କ କାହିଁକି କଲୁନି ? ସେ କହିଲା ଲାଇଟ ପଳେଇଲା l ପୁନର୍ବାର ଶିକ୍ଷକ ପଚାରିଲେ ଆସିବା ପରେ କଲୁନି ସେ କହିଲା ଏଥିପାଇଁ ଡରି କି କଲିନି କଲେ ପୁନର୍ବାର ଲାଇଟ ଆଉଥରେ ପଳେଇବ ଓ ମୋ ପାଇଁ ସମସ୍ତେ ହଇରାଣ ହେବେ l
* ଥରେ ଜଣେ ରାଜା ଖୁସିରେ ସମସ୍ତ କଏଦୀ ଙ୍କୁ ଜେଲରୁ ଛାଡି ଦେଲେ, ଉକ୍ତ କଏଦୀ ମାନଙ୍କ ମଧ୍ୟରେ ଜଣେ କଏଦୀ ଖୁବ ବୟସ୍କ ଥିଲେ, ତାଙ୍କୁ ଦେଖି ରାଜା ପଚାରିଲେ ତୁମେ କେବେଠୁ ବନ୍ଧୀ ଥିଲ ? ଉକ୍ତ ବୃଦ୍ଧ କଏଦୀ ଜଣଙ୍କ ଉତର ଦେଇଥିଲେ ଆପଣଙ୍କ ପିତା ଙ୍କ ସମୟ ରୁ l ଏହା ଶୁଣି ରାଜାଙ୍କ ଆକ୍ଷିରେ ଖୁସିର ଲୁହ ଆସିଗଲା ଓ ସେ ନିଜର ଅମାତ୍ୟ ମାନଙ୍କୁ ଆଦେଶ ଦେଲେ ଏହି ବୃଦ୍ଧ ବନ୍ଦୀ ଙ୍କୁ ପୁନର୍ବାର ବନ୍ଦୀ କର, ଏ ହେଉଛନ୍ତି ମୋ ପିତାଙ୍କ ମୋ ପାଇଁ ଭେଟି l
* ପପୁ ଡାକ୍ତରଙ୍କ ନିକଟକୁ ଯାଇଥିଲା ଚଷମା ତିଆରି କରିବାକୁ l ଡାକ୍ତର ପଚାରିଲେ ଏଇ ଚଷମା କାହାପାଇଁ ତିଆରି କରିବ , ସେ କହିଲା ମୋ ଶିକ୍ଷକ ଙ୍କ ପାଇଁ l ଡାକ୍ତର କହିଲେ କାହିଁକି ? ଏହାର ଉତର ରେ ପପୁ କହିଲା ମୁଁ ତାଙ୍କୁ ସବୁବେଳେ ଗଧ ନଜର ଆସୁଛି l
