Odisha news

ଦଳ ଛାଡ଼ିଲେ ପୁର୍ବତନ ବିଧାୟକ ବିଜୟ କୁମାର ନାଏକ : ସବୁ ଦଳ ପାଇଁ କାଳ 

0
ଠାକୁରମୁଣ୍ଡା ୩୦/୪ : ଇସ୍ତଫା ଦେଲେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ l ବିଜୁ ଜନତା ଦଳର ସମସ୍ତ ପଦ ପଦବୀ ତଥା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ହଜାର ହଜାର ସମର୍ଥକଙ୍କ ଗହଣରେ ଲୋକଙ୍କର ପ୍ରାର୍ଥୀ ଭାବେ ଆଗାମୀ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହେଉଥିବା ଘୋଷଣା କରିଛନ୍ତି l ଏଥି ସହିତ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ସ୍ଥିତି ରୋଚକ ମୋଡ଼ରେ ପହଞ୍ଚିଛି l ବିଜୟ ନାଏକଙ୍କ ପ୍ରତି ପ୍ରବଳ ଜନ ସମର୍ଥନ ରହିଥିବା ଦୃଷ୍ଟିରୁ ଆଗାମୀ ନିର୍ବାଚନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଲାଣି l
୩୦ ତାରିଖ ଦିନ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହିତ ଆସି କରଞ୍ଜିଆ ମାଣିକ ଛକ ନିକଟରେ   ସାମ୍ୱାଦିକ ମାନଙ୍କୁ ନିଜର ପ୍ରତିକ୍ରିୟା ଦେଇଥିଲେ। ବିଜୟ ନାଏକ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା କହିଥିଲେ। ବିଜୟ ନାଏକ ୨୦୦୯ ଏବଂ ୨୦୧୪ ନିର୍ବାଚନ ରେ  ଦୁଇ ଦୁଇ ଥର ବିଜୁ ଜନତା ଦଳ ତରଫରୁ ନିର୍ବାଚିତ ହେଇଥିଲେ ।୨୦୧୯ ମସିହାରେ ବିଜେଡି ଦଳ କରଞ୍ଜିଆ ବାହାରୁ ଆଣି ବାସନ୍ତୀ ହେମ୍ବ୍ରମ ଙ୍କୁ ଟିକେଟ ଦେଇଥିଲା।2024 ରେ ଟିକଟ ଆଶା ବେଇ ଦଳ ଧକ୍କା ଦେବାରୁ ବାଧ୍ୟ ହୋଇ ବିଜେଡି ଦଳରୁ ଇସ୍ତଫା ଦେଲେ l
ବିଜୟ ନାଏକ ସ୍ୱାଧୀନ ପ୍ରାର୍ଥୀ ହେଉଥିବା ଘୋଷଣା କରିବା ପରେ ବିଜେଡି ଏବଂ ବିଜେପି ଅସନ୍ତୁଷ୍ଟ ତାଙ୍କ ସହିତ ଯୋଗ ଦେଲେଣି l ସେ ଲୋକଙ୍କ ପାଇଁ ଅଧିକ ବିଶ୍ୱାସଯୋଗ୍ୟ ଏବଂ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ବିଚାର କରାଯାଉଛି l ବାଥୁଡି, ସାଉଁନ୍ତି, ଗଣ୍ଡ, ଭୂୟାଁ, ଓଡ଼ିଆଙ୍କର ତାଙ୍କ ପଛରେ ଯେପରି ସମର୍ଥନ ରହିଛି ସେ ସବୁ ଦଳ ପାଇଁ କାଳ ହେବେ ବୋଲି ଜଣାପଡିଲାଣି l
ଦୀର୍ଘ ୫ ବର୍ଷ ତାଙ୍କୁ ବିଜେଡି ଦଳ ଉପେକ୍ଷା କରିଛି l ତାଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ପଦ ପଦବୀ ଦିଆଯିବ ବୋଲି କହି ଦଳ ଠକି ଦେଇଛି l ଲୋକଙ୍କ ପାଖକୁ ଯାଅ, କାମ କର 2024 ରେ ନିଶ୍ଚିତ ଟିକେଟ ଦିଆଯିବ ବୋଲି କହିଥିଲେ ନବୀନ ପଟ୍ଟନାୟକ l ତାଙ୍କୁ ବିଶ୍ୱାସ କରି ସେ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସିଥିଲେ l ଶେଷ ପର୍ଯ୍ୟନ୍ତ ଟିକଟ ଦିଆଯିବ କହି ହତାଶ କରିଛି ଦଳ l ଶେଷରେ ଶୁଭେଛୁଙ୍କ ପରାମର୍ଶରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଏବଂ ଅଭାବୀ ଲୋକେ ମଧ୍ୟ ମୁଠେ ମୁଠେ ଚାଉଳ ଏବଂ ଯାହାର ଯାହା ସାମର୍ଥ୍ୟ ସାହାଯ୍ୟ କରିବାର ପ୍ରତିଶୃତି ଦେଇଛନ୍ତି ଶୁଭେଛୁ l ତେଣୁ ସେ ଜନତାର ପ୍ରତିନିଧି ଭାବରେ ନିର୍ବାଚନ ମଇଦାନକୁ ଯାଉଛନ୍ତି ବୋଲି କହି ସାମ୍ବାଦିକ ସମ୍ମିଳନୀରେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ l ଖବର ପାଇ ଠାକୁରମୁଣ୍ଡା, ଶରତ, କରଞ୍ଜିଆ, କରଞ୍ଜିଆ ଏନଏସିର ହଜାର ହଜାର ଲୋକ ସ୍ୱତଃପ୍ରବୃତ୍ତ ଭାବେ ସମ୍ମିଳନୀରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା l ଏକା ବିଜୟ ନାଏକ ସବୁ ଦଳ ଉପରେ ଭାରି ପଡିବେ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି l କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ସୁପ୍ତ ଥିବା ରାଜନୀତି ହଠାତ ସରଗରମ ହୋଇ ଉଠିଛି l
2000 ମସିହା ନିର୍ବାଚନକୁ ଛାଡିଦେଲେ କେବେ ହେଲେ ସ୍ୱାଧୀନ ପ୍ରାର୍ଥୀ ଏଠାରେ ଜିତି ନଥିବା ବେଳେ ଏବେ ପୁଣି ଭିନ୍ନ ସ୍ଥିତି ସୃଷ୍ଟି ହୋଇଛି l ବିଶେଷକରି ବିଜୁ ଜନତା ଦଳରେ ଛନକା ପଶିଛି l ପୂର୍ବ ପରି ବିଜୁ ଜନତା ଦଳ ଜିତିବା ଆଦୌ ସହଜ ହେବନି l ତେବେ ସ୍ଥିତି କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା l
Leave A Reply