Odisha news

ବେଳାମାର୍ଗରେ ସର୍ଫିଙ୍ଗ ପ୍ରଶିକ୍ଷଣ  

0
କୋଣାର୍କ,  ସମୁଦ୍ରରେ ଦୁଃସାହସିକ ଜଳକ୍ରୀଡା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି।ପୁରୀ-କୋଣାର୍କ ବେଳାମାର୍ଗ ରେଞ୍ଜରସ ଆଡ଼ଭେଞ୍ଚରସ୍ ଫାଉଣ୍ଡେସନ ପକ୍ଷରୁ ରାମଚଣ୍ଡୀ ମୁହାଣ ନିକଟ ସ୍ବର୍ଣ୍ଣାଭ ବେଳାଭୂମି,ଚନ୍ଦ୍ରଭାଗା ନିକଟରେ ସର୍ଫିଙ୍ଗ ପ୍ରଶିକ୍ଷଣ ଦିଆଯାଇଛି। ଏଠାରେ ପ୍ରାୟ ୩ଶହ ତାଲିମ ନେଇ ସାରିଲେଣି। ଭାରତର ବିଭିନ୍ନ ରାଜ୍ୟ ସହିତ ଜାପାନ, ଅଷ୍ଟ୍ରେଲିଆ, ଜର୍ମାନୀ, ସ୍କଟଲାଣ୍ଡ, ଇଂଲଣ୍ଡ ଆଦି ଦେଶରୁ ୮୦ ଜଣ ପ୍ରଶିକ୍ଷଣ ନେଇ ଫେରିଛନ୍ତି। ପ୍ରଥମେ କୁଶଭଦ୍ରା ନଦୀର ସ୍ଥିର ଜଳରାଶିରେ ଓ ପରେ ସମୁଦ୍ର ମଧ୍ୟରେ ପ୍ରଶିକ୍ଷଣ ଦିଆଯାଉଛି। ସର୍ଫିଙ୍ଗ ପାଇଁ ଉତ୍କୃଷ୍ଟ ସମୟ ହେଉଛି ସକାଳ ୬ରୁ୭ଟା। ପବନ କମ ରହିବା ଦରକାର। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସର୍ଫିଙ୍ଗ ସହିତ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା, ସାଇକେଲ ଚାଳନାଓ ଯୋଗ ଭିତିକ କାର୍ଯ୍ୟକ୍ରମ ରହିଛି। ଏଠାରେ ଦେଶ ବିଦେଶର ଶତାଧିକ ତାଲିମ ନେଇ ସାରିଲେଣି। ଓଡିଶା ପର୍ଯ୍ୟଟନକୁ ଆଗକୁ ନେବାକୁ ସର୍ଫିଙ୍ଗ ଏକ ଭଲ ମାଧ୍ୟମ। ଏଠାକାର ସମୁଦ୍ର କୂଳ ଓ ଜଳ ସର୍ଫିଙ୍ଗ ପାଇଁ ବେଶ ଉପଯୋଗୀ। ଏବେ ଭାରତୀୟ ଯୁବବର୍ଗଙ୍କ ଆଗ୍ରହ ବଢୁଥିବା କୁହନ୍ତି ରେଞ୍ଜର୍ସର ପ୍ରତିଷ୍ଠାତା ସଞ୍ଜୟ ସାମନ୍ତରାୟ।
Leave A Reply