Odisha news

ହୂତି ବିଦ୍ରୋହୀଙ୍କ ଉପରେ ଭାରି ପଡିଲା ଭାରତୀୟ ନୌସେନା

0

ନୂଆଦିଲ୍ଲୀ : ରୁଷ ରୁ ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରେ ହେଲା ମିସାଇଲ ଆକ୍ରମଣ, ମିସାଇଲ ଆକ୍ରମଣ ପରେ ଭାରତୀୟ ନୌସେନା ଇଣ୍ଡିଆନ କ୍ରୁ -ମେମ୍ବର ଙ୍କ ସମେତ ଅନ୍ୟ ମାନଙ୍କର ଜୀବନ ରକ୍ଷା କରିବାରେ ସଫଳ ହେଲେ l ଭାରତୀୟ ନୌସେନା ର ୱାରସିପ INS କୋଚି ପକ୍ଷରୁ ପାନାମା – ଧ୍ୱଜ ଥିବା ତେଲ ଟ୍ୟାଙ୍କର ଏମବି ଏଣ୍ଡ୍ରମେଡ଼ା ସଷ୍ଟାର ରୁ ହେଲ୍ପ ପାଇଁ କଲ ର ଜବାବ ଦେଇ ଅପ୍ରେଲ ୨୬ ତାରିଖ ଦିନ ଲୋହିତ ସାଗର ରେ ଆକ୍ରମଣ କରାଯାଇ ଥିଲା l

ଭାରତୀୟ ନୌସେନା ପକ୍ଷରୁ ଜାରି କରାଯାଇଥିବା ଅଫିସିଆଲ ବୟାନ ଅନୁସାରେ ଭାରତୀୟ ନୌସେନା କଞ୍ଚା ତେଲ ନେଇ ଆସୁଥିବା ତେଲ ଟ୍ୟାଙ୍କର ବିଷୟରେ ଅନୁସନ୍ଧାନ କରିବା ପାଇଁ ହେଲିକପ୍ଟର ଜରିଆରେ ବାୟୁମଣ୍ଡଳ ରେ ରେଶକୀୟୁ ମିଶନ ଆରମ୍ଭ କରିଥିଲେ l ଏହାପରେ ସିପ ୱାର୍ନ ଈଓଡି ଟିମ କୁ ମୁତୟନ କରାଯାଇ ଥିଲା l ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ ଏମବି ଏଣ୍ଡ୍ରମେଦା ଷ୍ଟାର ସିପ ଉପରେ ୨୨ ଜଣ ଭାରତୀୟ ନାଗରିକ ଙ୍କ ସମେତ ୩୦ କୃ ମେମ୍ବର ଉପସ୍ଥିତ ଥିଲେ , ସମସ୍ତେ ସୁରକ୍ଷିତ ଅଛନ୍ତି l

ନିୟୁଜ ଏଜେନ୍ସି ରାୟଟର୍ସ ର ଗୋଟିଏ ରିପୋର୍ଟ ଅନୁସାରେ ଏମବି ଏଣ୍ଡ୍ରମେଦା ଷ୍ଟାର ସିପ ଉପରେ ୟମାନ ର ହୂତି ବିଦ୍ରୋହୀ ମାନେ ଆକ୍ରମଣ କରିଥିବାର ଦାବୀ କରିଛନ୍ତି l ଯେଉଁମାନେ କି ନିଜର ଗୋଟିଏ ବାର୍ତା ଦେଇ କହିଛନ୍ତି ଯେ ‘ଆମ ମିସାଇଲ ଗାଜା ଯୁଦ୍ଧ ମଧ୍ୟରେ ଫିଲିସ୍ତିନି ମାନଙ୍କ ପାଇଁ ଚାଲିଥିବା ସମର୍ଥନ ର ଅଂଶ ଭାବରେ ଏହି ଟ୍ୟାଙ୍କର କୁ ଆକ୍ରମଣ କରାଯାଇ ଥିଲା l

Leave A Reply