Odisha news

ସରକାରୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନ : ପରିକଳ୍ପନା ଓ ବାସ୍ତବତା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

0

ବାରିପଦା  : ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଆନୁକୂଲ୍ୟରେ ନିର୍ବାଚନ: ପରିକଳ୍ପନା ଓ ବାସ୍ତବତା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡଃ. ଦେବପ୍ରିୟା ପରିଡାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ତୃତୀୟ ବର୍ଷର ଛାତ୍ରୀ ଶ୍ରୁତି ଦେ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସାଗରିକା ସିଂହ ଆଲୋଚ୍ୟ ବିଷୟ ସମ୍ପର୍କରେ ନିଜର ମତ ରଖିଥିଲେ । ରାଜନୀତି ବିଜ୍ଞାନର ଅଧ୍ୟାପକ କୁମାରେଶ ନାୟକ ବିଷୟ ସମ୍ପର୍କରେ ଧାରଣା ପ୍ରଦାନ କରିବା ସହ ନିର୍ବାଚନୀ ବର୍ଷ ୨୦୨୪ ପରିପ୍ରେକ୍ଷୀରେ ବିଷୟର ଗୁରୁତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆଞ୍ଚଳିକ ମହାବିଦ୍ୟାଳୟ ଗଡିଆର ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ସନ୍ଦୀପ କୁମାର ଚାନ୍ଦ ବିଶଦ ଭାବରେ ବିଷୟ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ରୀ ମାନଙ୍କର ମାର୍ଗଦର୍ଶନ କରିଥିଲେ । ସର୍ବଶେଷରେ ଛାତ୍ରୀ ସ୍ମିତା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

Govt
Leave A Reply