ବାରଙ୍ଗ : ବାରଙ୍ଗ ମଧୁପୁର ଗ୍ରାମ ପଞ୍ଚାୟତ ଗ୍ରାମରେ ବିଜେଡି ର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ମଧୁପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସରପଞ୍ଚ ତଥା ବାରଙ୍ଗ ବ୍ଲକ ର ମିଶନ ଶକ୍ତି ଅଧ୍ୟକ୍ଷା ସୁମିନା ପ୍ରଧାନ ଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ବିଜେପି ଓ କଂଗେସ ର ଛାମୁଆ କର୍ମୀ ବହୁ ସଂଖ୍ୟାରେ ଏହି ମିଶ୍ରଣ ପର୍ବରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ବିକାଶ ମୂଳକ ଯୋଜନା, ନିର୍ମଳ ଭାବମୂର୍ତ୍ତି ସହିତ ବେକାରୀ ଯୁବକ ଯୁବତୀ ମାନଙ୍କୁ ରୋଜଗାର, ସଡ଼କ , ମେଟ୍ରୋ ଟ୍ରେନ ବାରଙ୍ଗ ଅଞ୍ଚଳରେ ଚଳାଚଳ କରିବା ଭଳି ଯୋଜନା କରିଛନ୍ତି । ଯାହାକୁ ନେଇ ଏହି ଅଞ୍ଚଳ ର ବିଜେପି ଓ କଂଗେସ ର କର୍ମୀମାନେ ଆକୃଷ୍ଟ ହୋଇ ମିଶ୍ରଣ ପର୍ବରେ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବାଙ୍କୀ ଅଞ୍ଚଳ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଯୋଗଦାନ କରି କର୍ମୀ ମାନଙ୍କୁ ବିଧିବଧ ଭାବେ ବିଜେଡି ରେ ମିଶାଇଥିଲେ । ଏହି ମିଶ୍ରଣ କାର୍ଯକ୍ରମ ରେ କଟକ ସାଂସଦ ପାର୍ଥୀ ଡ ସଂମ୍ପୃତ ମିଶ୍ର ଯୋଗଦାନ କରି ନବୀନ ପଟ୍ଟନାୟକ ଙ୍କ ବିକାଶ ମୂଳକ ବାର୍ତ୍ତା ଦେବା ସହିତ ଡବଲ ଶଙ୍ଖ ରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ,ସରପଞ୍ଚ ,ସମିତି ସଭ୍ୟ ସମେତ ବିଜୁ ଜନତା ଦଳର କର୍ମୀ ମାନେ ଯୋଗଦେଇଥିଲେ।