ଚଣ୍ଡିଖୋଲ,୨୦/୦୪ : ଯାଜପୁର ଜିଲ୍ଲାର ବଡଚଣଖ ନିର୍ବାଚନ ମଣ୍ଡଳୀ ପାଇ ଦୀର୍ଘଦିନ ହେବ ବିଜେଡି ଟିକେଟ ଝୁଲିରହିବା ପରେ ଶନିବାର ଅପ୍ରତ୍ୟାଶିତ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡଚଣାରେ ଦଳୀୟ ପ୍ରାର୍ଥୀ ଘୋଷଣା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡଚଣାବାସୀଙ୍କୁ ସରପ୍ରାଇଜ ଦେଇଛନ୍ତି! ଏଠାରେ ଦୀର୍ଘ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଆସିଥିବା ବରିଷ୍ଠ ନେତା ଅମରପ୍ରସାଦ ଶତପଥୀଙ୍କୁ ବାଦଦେଇ ଦୁଇଦିନ ତଳେ ବିଜେଡିରେ ମିଶିଥିବା ବର୍ଷାଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିଛି! ଫଳରେ ଦୀର୍ଘ ହେବ ଦଳୀୟ ପ୍ରାର୍ଥୀତ୍ୱକୁ ନେଇ ବଡଚଣାରେ ଲାଗିରହିଥିବା ଘନଘଟା ଓ ଛକାପଞ୍ଛାରେ ଜବନିକା ପଡିବା ସହ ଆଶାୟୀଙ୍କ ମଧ୍ୟରେ ଲାଗିରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି! ବିଶେଷକରି ଐଠାରେ ବିଜେଡିରୁ ଟିକେଟ ହାତେଇବା ପାଇଁ ବିଧାୟକ ଅମରପ୍ରସାଦ ଶତପଥୀ ଓ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କାଙ୍କ ମଧ୍ୟରେ ବଳକଷାକଶି ଲାଗିରହିଥିଲା!
ଏହି ଦୁଇ ଗୋଷ୍ଠୀ ନେତାଙ୍କ ସମର୍ଥକ ମାନେ ଏଠାରେ ବାଳମ୍ବାର ସଭା ସୋଭାଯାତ୍ରା ଓ କର୍ମୀ ସମ୍ମିଳନୀକରି ନିଜନିଜର ଶକ୍ତି ପ୍ରଦର୍ଶନ କରବା ଆଳରେ ପରଷ୍ପର ବିରୁଦ୍ଧରେ ଆଖେପ ପ୍ରତି ଆଖେପ ଯାରୀ ଳଖିଥିଲେ ଓ ବିରୋଧି ଗୋଷ୍ଠୀଙ୍କ ପକ୍ଷରୁ ଏଠାରେ ବିଜେଡିର ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରାଯାଉଥିଲା! ଏହି ଦୁଇଗୋଷ୍ଠୀ ମଧ୍ୟରେ ଟଣା ଓଟରା ଲାଗିରହିଥିଲା ବେଳେ ଏଠାର କଂଗ୍ରେସ ନେତା ତଥା ପିସିସି ସମ୍ପାଦକ କ୍ୟାପଟେନ ରାଜନାରାୟଣ ମହାପାତ୍ର ହଠାତ କଂଗ୍ରେସରୁ ଇସ୍ତଫା ଦେଇ ପାଞ୍ଚଦିନ ତଳେ ନିଜ ଦଳବଳ ସହ ବିଜେଡିରେ ଯୋଘଦେଇ ଅନ୍ୟତମ ଟିକେଟ ଦାବିଦାର ଭାବେ ନିଜର ପତିଆରା ଯାହୀର କରିଥିଲେ! ବିଜେଡିରେ ରାଜନାରାୟଣଙ୍କ ଆବିର୍ଭାବ ପରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢିବା ସହ ରାଜନୈତିକ ପାଣିପାଗ ଅଧିକ ଗୋଳମାଳିଆ ହୋଇଯାଇଥିଲା! ଯାହାକୁ ନେଇ।ଦୁଇଦିନ ତଳେ ଦଳର ସାଙ୍ଗଠନୀକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶ କ୍ରମେ ବିଜେଡିର ଯାଜପୁର ଜିଲ୍ଲା ପର୍ଯ୍ୟବେକ୍ଷ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଶଂଖ ଭବନରେ ବଡଚଣା ବିଜେଡିର ତିନି ଗୋଷ୍ଠୀ ନେତା ଓ ସେମାନଙ୍କ ଆଗୁଆ ସମର୍ଥକ ମାନଙ୍କୁ ଡକାଇ ମିଳିତ ବୈଠକ କରାଯାଇଥିଲା!
ଆଗାମୀ ନିର୍ବାଚନରେ ଦଳ ଯାହାକୁ ପ୍ରାର୍ଥୀ ଦେବ ତାଙ୍କୁ ଓ ଦଳର ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବେ ବୋଲି ଏହି ବୈଠକରେ ସର୍ବ ସମ୍ମତ ନିଷ୍ଠତ୍ତି ହୋଇଥିଲା! ଏହି ବୈଠକ ପରେ ଟିକେଟ ଆଶାୟୀ ଥିବା ବଡଚଣାର ତିନି ନେତାଙ୍କ ମଧ୍ୟରୁ ଜଣେ କାହାକୁ ନିଶ୍ଚିତ ଟିକେଟ ମିଳିବ ବୋଲି ସମସ୍ତେ ସ୍ତିର ନିଶ୍ଚିତ ହୋଇଥିଲେ! ହେଲେ ଶଂଖ ଭବନ ଶେଷ ବୈଠକରେ ଜନ୍ନେଜୟ ଓ ରାଜନାରାୟଣ ଉପସ୍ଥିତ ଳହିଥିଲା ବେଳେ ବିଧାୟକ ଅମରପ୍ରସାଦ ଶତପଥୀ ସେହି ବୈଠକରେ ଯୋଗଦେଇ ନଥିଲେ! ଯାହାକୁ ନେଇ ଏଠାରେ ପ୍ରାର୍ଥୀ ଚୟନ ସମୟରେ ଅମରଙ୍କ ଗୋଟି ଚାଳନାରେ ଅନ୍ୟକିଛି ଘଟିବ ବୋଲି ବୁଦ୍ଧିଜୀବୀ ମହଲରେ ସନ୍ଦେହ ସୃଷ୍ଟି କରିଥିଲା! ବୈଠକପରେ ଯେଉଁ ସଂନ୍ଦେହ ସୃଷ୍ଟି ହୋଇଥିଲା ଏବେ ଟିକେଟ ଦାବିଦାର ଥିବା ତିନି ନେତାଙ୍କୁ ବାଦଦେଇ ବଡଚଣାରେ ବର୍ଷାଙ୍କୁ ଅପ୍ରତ୍ୟାଶିତ ଭାବେ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ସେହି ସନ୍ଦେହ ସତରେ ପରିଣତ ହୋଇଥିବା ସ୍ପଷ୍ଟ ହୋଇଛି! ବର୍ଷାଙ୍କ ଟିକେଟ ଘୋଷଣା ପରେ ଏହି ତିନି ନେତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ କେହି ମୁହଁ ଖୋଲି ନାହାଁନ୍ତି! ଅନ୍ୟପକ୍ଷରେ ଏଠାରେ ଯାହାକୁ ପ୍ରାର୍ଥୀ କରାଯିବ ତାଙ୍କୁ ସମସ୍ତେ ସମର୍ଥନ ଦେଇ ବିଜୟୀ କରାଇବାକୁ ତିନିଦିନ ତଳେ ଦଳର ହାଇକମାଣ୍ଡଙ୍କୁ ନିର୍ଭର ପ୍ରତିସୃତି ଦେଇଥିବା ଏଠାର ତିନିଗୋଷ୍ଠୀର ଛାମୁଆ ସମର୍ଥକ ଓ ଦଳୀୟ କର୍ମକର୍ତ୍ତା ମାନେ ଏବେ ଅକଳରେ ପଡିଥିବା ଦେଖାଯାଇଛି! ବର୍ଷାଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବଡଚଣାବାସୀଙ୍କ ପକ୍ଷରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଈଣି!