ତିହିଡି, ୧୫/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବିକାଶ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାସୁଦେବପୁର ନିର୍ବାଚନମଣ୍ଡଳୀରେ ଅନ୍ତର୍ଭୁକ୍ତ ହୋଇଥିବା ତିହିଡି ବ୍ଲକର ୯ ଗୋଟି ପଞ୍ଚାୟତରେ ମେ ୧ରୁ ୧୫ ତାରିଖ ଯାଏଁ ଭୋଟର ସଚେତନତା ପରିପ୍ରେକ୍ଷୀରେ ଏକ ଜନ ଜାଗରଣ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ମଞ୍ଚର ଆବାହକ ଗୋବର୍ଦ୍ଧନ ନାୟକଙ୍କ ଆବାହକତ୍ୱରେ କୋହ୍ଲ ଦିବ୍ୟଭୂମି ଛକ ଠାରେ ମଞ୍ଚକାର୍ଯ୍ୟାଳୟରେ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତ ।ଓ ସଦସ୍ୟ ସଦସ୍ୟାଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ତିହିଡି ବ୍ଲକ ୩ ଟୋକରା ହୋଇ ୩ ଟି ନିର୍ବାଚନମଣ୍ଡଳୀକୁ ଯାଇଥିବାରୁ ବିକାଶ ବାଧାପ୍ରାପ୍ତ ହୋଇଛି । ତେଣୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇ ତିହିଡିର ବିକାଶ ପାଇଁ ଜନଜାଗରଣର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା । ଏହି ବୈଠକରେ ସଂଯୋଜକ ବାଙ୍କବିହାରୀ ମଳିକ ଓ ଉମାକାନ୍ତ ମଳିକ, ମଞ୍ଚର ସଂପାଦକ ପ୍ରଫୁଲ୍ଲ ମହାପାତ୍ର, ମିଡିଆ ସେଲର ପରମେଶ୍ୱର ମହାଳିକ, ଅଜିତ କୁମାର ସାହୁଙ୍କ ସମେତ ଭୀମଚରଣ ଦାସ, ଜଗନ୍ନାଥ ଦାସ, ଲକ୍ଷ୍ମୀଧର ବେହେରା, ବଂଶୀଧର ଦାସ, କ୍ଷୀରସିନ୍ଧୁ ପାଣିଗ୍ରାହୀ, ରାଜକିଶୋର ଭୋଇ, ସନାତନ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜନଜାଗରଣ ଯାତ୍ରାକୁ ସଫଳ କରିବା ପାଇଁ ଜନ ସାଧାରଣ ସହଯୋଗ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଛି ।