Odisha news

ବଜରପୁର  ପଞ୍ଚାୟତ ରେ ବିଜେଡିର ମିଶ୍ରଣପର୍ବ

0
ରାଜକନିକା ତା ୧୪/୪ : ଆଳି ନିର୍ବାଚନ ମଣ୍ଡଳୀ ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ଵଜରପୁର ଗାଁର ମା’ ବାସୁଳେଇ ପୀଠରେ ପୂର୍ବତନ ସରପଞ୍ଚ ରବି ନାରାୟଣ ବେହେରାଙ୍କ ନେତୃତ୍ୱରେ ବିଜେଡିର ଏକ  ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି | ଏହି ମିଶ୍ରଣପର୍ବରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ  ଯୋଗଦେଇ ନୂତନ କର୍ମୀ ମାନଙ୍କୁ ଦଳୀୟ ଗାମୁଛା ଦେଇ ସ୍ୱାଗତ କରିଛନ୍ତି | ଏହି ମିଶ୍ରଣ ପର୍ବରେ ଜୟନଗର ଓ ସିକୋ ପଞ୍ଚାୟତର ୭୦ ପରିବାର  ଅନ୍ୟ ଦଳ  ଛାଡି ବିଜେଡିରେ ଯୋଗଦେଇଛନ୍ତି | ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସାଂସଦ ଙ୍କ ପ୍ରତିନିଧି ପବିତ୍ର ରାଉତ, ୨୯ନମ୍ବର ଜୋନ ର ଜିଲ୍ଲା ପରିଷଦ ଅମିତା ସାହୁ, ବ୍ଲକ ସଭାପତି ବିଦ୍ୟାଧର ବେହେରା, ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ସାଂସଦ ପାର୍ଥୀଙ୍କ ପ୍ରତିନିଧି ମଣି ଓଝାଙ୍କ ସମେତ ଆଖପାଖ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ |
Leave A Reply