Odisha news

୧୨ବର୍ଷରେ ଉପନୀତ ହେଲା ଅମେ ୮୦ ଜଳସେବା

0

ବାରିପଦା  : ୧୨ବର୍ଷରେ ଉପନୀତ ହେଲା ଅମେ ୮୦ ଜଳସେବା । ୮୦ ମସିହା ମାଟ୍ରିକ ବ୍ୟାଚ୍ର ବନ୍ଧୁ ମାନଙ୍କ ଦ୍ୱାରା ପଣା ସଂକ୍ରାନ୍ତି ରୁ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ଦୁଇମାସ ଧରି ଚାଲୁଥିବା ଏହି ନିଆରା ଜଳସେବା ବାରିପଦା ସହରରେ ପ୍ରତ୍ୟେକ ଦିନ ୨ହଜାର ରୁ ଅଧିକ ଲୋକଙ୍କୁ ସୁସ୍ୱାଦୁ ଦହି ପାଣି, ଜଳଜିରା ପାଣି ଓ ରସନା ପାଣି ଯୋଗାଇ ଦେଇ ଆସୁଅଛି । ଆଜି ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଉପ ନଗରପାଳ ସୀମା ଦାସ ଉଦ୍ଘାଟନ କରିଥିଲେ । ଏହିବର୍ଷ ରୁ ପ୍ରଥମଥର ପାଇଁ ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ ଗ୍ଲାସ ବଦଳରେ କାଗଜ ଗ୍ଲାସର ବ୍ୟବହାରକୁ ଅତିଥି ମାନେ ପ୍ରଶଂସା କରିଥଲେ ।

Leave A Reply