ସାମାଜିକ ଓ ଅର୍ଥନୈତିକ ନ୍ୟାୟ ନିମନ୍ତେ ଅନ୍ୟ ଏକ ସ୍ୱାଧୀନତା ଜରୁରୀ : ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଭୋଗରାଇ : ଅସବର୍ଣ୍ଣ ମାନଙ୍କୁ ନ୍ୟାୟ ଦାବି ପାଇଁ ସବର୍ଣ୍ଣ ମାନଙ୍କ ବିରୋଧରେ ସଂଘର୍ଷ ଓ ମାତୃଭୂମି ସ୍ୱାଧୀନତା କରିବା ପାଇଁ ଇଂରେଜ ବିରୋଧରେ ସଂଗ୍ରାମ ନିମନ୍ତେ ସମ୍ବିଧାନ ପ୍ରଣେତା ଡ଼ଃ ଭି ଆର ଆମ୍ବେଦକର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ବାସ୍ତବ ଚିତ୍ରଠୁ ଭିନ୍ନ ବୋଲି ବାଲେଶ୍ୱରଜିଲା ଭୋଗରାଇ ବ୍ଲକ କୀର୍ତ୍ତନିଆ ଗ୍ରାମ ଆମ୍ୱେଦକର ବିକାଶ ପରିଷଦ,ତଫସିଲ ଯୁବକ ସଂଘ ଓ ଟେଙ୍ଗରାମାରୀ ୟୁଥ କ୍ଲବ ପକ୍ଷରୁ ଆୟୋଜିତ ସମ୍ବିଧାନ ପ୍ରଣେତା ଙ୍କ ୧ ୩ ୪ ତମ ଜୟନ୍ତୀରେ ବିଶିଷ୍ଟ ବ୍ୟକ୍ତା ମାନେ ମତ ପ୍ରକାଶ କରିଛନ୍ତି lକୀର୍ତ୍ତନିଆ ତଫସିଲଭୁକ୍ତ ଯୁବକସଙ୍ଘ ପକ୍ଷରୁ ଡ଼ଃ ଭି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ lସେଠାରେ ସାମାଜିକ କର୍ମୀ ବସନ୍ତ ମଙ୍ଗଳଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ପୂର୍ବତନ ସରପଞ୍ଚ ଶମ୍ଭୁନାଥ ମାଝୀ,ବାରିପଦା ଆଦର୍ଶ ବିଦ୍ୟାଳୟର ଅଧ୍ୟାପକ ସଂଗ୍ରାମକେଶରୀ ପାତ୍ର, ସାମାଜିକ କର୍ମୀ ସୌମ୍ୟା ରାଣୀ ମଙ୍ଗଳ, ରାଧାମୋହନ ବର୍ମନ, ରାମଚନ୍ଦ୍ର ଆଧେକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ଅପର ପକ୍ଷରେ ଟେଙ୍ଗରାମାରୀ ଯୁବକ ସଂଘ ପକ୍ଷରୁ ରବିବାର ଅପରାହ୍ନ ରେ ସାମାଜିକକର୍ମୀ ଖଗେଶ୍ୱର ଜେନାଙ୍କ ସଭାପତିତ୍ୱରେ ବିଶିଷ୍ଟ ଅତିଥିମାନେ ଡ଼ଃ ଆମ୍ବେଦକର ଙ୍କ ତୈଳଚିତ୍ର ରେ ମାଲ୍ୟାର୍ପଣ କରିଥିଲେ l ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାମାଜିକ କର୍ମୀ ତଥା ସାମାଜିକ ଆନ୍ଦୋଳନର ନେତା ସୁଦର୍ଶନ ଜେନା, ମୁଖ୍ୟ ବ୍ୟକ୍ତା ୟୁକୋ ବ୍ୟାଙ୍କ ର ଅବସରପ୍ରାପ୍ତ ମହାପ୍ରବନ୍ଧକ ଅସିତ କୁମାର ଚାନ୍ଦ, ସମ୍ମାନିତ ଅତିଥି ଇଂ ବସନ୍ତ କୁମାର ବେହେରା,ଅବସର ପ୍ରାପ୍ତ ସୈନିକ ରଜତ କୁମାର ବେହେରା, ଡିଆଇସି ଯୁଗ୍ମ ନିର୍ଦେଶକ ବିପିନ ବିହାରୀ ଦେଉରୀ ପ୍ରମୁଖ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ନିମନ୍ତେ ଦଳିତ ଓ ଶୁଭବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଅନ୍ୟ ଏକ ସ୍ୱାଧୀନତା ପାଇଁ ଗଣ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ lପରେ ଛାତ୍ରୀ ଛାତ୍ରଙ୍କ ପକ୍ଷରୁ ନାଟକ ଓ ସଙ୍ଗୀତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା l