ବେତନଟୀ : ବୈଶିଙ୍ଗା ଗ୍ରାମପଞ୍ଚାୟତ ବିଜୁ ଜନତା ଦଳର ସର୍ବକାଳୀନ ସଭାପତି ପଦରେ ରହି ଦଳ ପାଇଁ କାର୍ଯ୍ୟ କରିଥିବା ୭୩ ବର୍ଷୀୟ ରାମଚନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଥିବା ଖବର ଆମର ହସ୍ତଗତ ହୋଇଛି। ନିଜର ବୟସ ଏବଂ ସ୍ୱାସ୍ଥ୍ୟ ଗତ କାରଣରୁ ସେ ନିଜର ଇସ୍ତଫା ପତ୍ର ବ୍ଲକ ସଭାପତିଙ୍କ ଜରିଆରେ ମୟୂରଭଞ୍ଜ ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇଥିବା ଶ୍ରୀ ପ୍ରଧାନ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।ତାଙ୍କ ସାକ୍ଷାତକାରରେ ସେ କହିଛନ୍ତି ଦୀର୍ଘଦିନ ଧରି ବଡସାହି ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ରଙ୍କୁ ଚଳିତ ନିର୍ବାଚନରେ ଟିକେଟ ପ୍ରଦାନକୁ ନେଇ ବିଭିନ୍ନ ସମୟରେ ବିବାଦ ଉଠିଥିଲା। ଶେଷରେ ଦଳ ଗଣେଶ୍ଵର ଙ୍କ ବଦଳ ରେ ତାଙ୍କ ସ୍ତ୍ରୀ ଅନସୂୟା ଙ୍କୁ ଟିକେଟ ପ୍ରଦାନ କରିଥିଲା।ଏହାପରେ ପଞ୍ଚାୟତ ସ୍ତରରେ ଉପୁଜିଥିବା ବିଶୃଙ୍ଖଳା କୁ ଦୃଷ୍ଟିରେ ରଖି ସେ ତାଙ୍କର ଇସ୍ତଫା ପ୍ରଦାନ କରିଥିବା କଥା ପ୍ରକାଶ କରିଛନ୍ତି। ତେବେ ଦଳୀୟ ଶୁଙ୍ଖଳାକୁ ଦୃଷ୍ଟିରେ ରଖି ଜଣେ ବିଜେଡିର ସାଧାରଣ କର୍ମୀ ଭାବେ କାର୍ଯ୍ୟ କରିବେ ବୋଲି ଇସ୍ତଫା ପତ୍ରରେ ପ୍ରକାଶ କରିଛନ୍ତି।ଏହା ଦ୍ଵାରା ଆଗାମୀ ନିର୍ବାଚନରେ ବୈଶିଙ୍ଗା ଗ୍ରାମ ପଞ୍ଚାୟତରେ ଭୋଟିଂ ପ୍ରଭାବିତ ହେବ ବୋଲି ସାଧାରଣରେ ପ୍ରକାଶ ପାଇଛି।