ଆଜିର ଵ୍ୟସ୍ତବହୁଳ ଏତେ କଷ୍ଟ ଦାୟକ ହୋଇଯାଇଛି ଯାହାକି ଲୋକ ମାନଙ୍କର ସିଧା ସଳଖ ଷ୍ଟ୍ରେସ ଡିପ୍ରେସନ ବୃଦ୍ଧି କରୁଛି l ଏବଂ ଏହାର ସିଧା ସଳଖ ପ୍ରଭାବ ମେଣ୍ଟାଲ ହେଲଥ ଉପରେ ପଡୁଛି l ଯାହାକି ଆଗକୁ ଯାଇ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ l ଯଦି ଆପଣ ସେହି ଲୋକ ମାନଙ୍କ ମଧ୍ୟରେ ସାମିଲ ଯିଏକି ସର୍ବଦା ଷ୍ଟ୍ରେସ ରେ ପୀଡିତ ତେବେ ୮ଟି ଚମତ୍କାର ଟିପ୍ସ କୁ ନିଜ ଜୀବନ ଚର୍ଯ୍ୟା ରେ ଶାମିଲ କରନ୍ତୁ l
* ଅଧିକାଂଶ ଲୋକେ ଭବିଷ୍ୟତ କୁ ନେଇ ଅଧିକ ଚିନ୍ତିତ ରହି ଥାଆନ୍ତି l ସେମାନଙ୍କୁ ସବୁବେଳେ ଲାଗିଥାଏ ବର୍ତମାନ ଆଗକୁ କଣ ଘଟିବ ଓ ସେମାନଙ୍କ ଲାଇଫ କିପରି ରହିବ l ଯେବେକି ସର୍ବଦା ବର୍ତମାନ ରେ ରହିବା ସବୁଠୁ ଭଲ l ତେଣୁ କଦାପି ଚିନ୍ତା କରନ୍ତୁ ନାହିଁ କାଲି କଣ ହେବ l
* ଯେତେ ଅଧିକ ଏକୁଟିଆ ରହିବ, ଚିନ୍ତା ଜନକ ବିଚାର ମଧ୍ୟ ସେତେ ପଛରେ ରହିବ l ନିଜ ଏଭଳି ବନ୍ଧୁ ମାନଙ୍କ ସହିତ ନିକଟତର ରୁହନ୍ତୁ ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି କିମ୍ବା ପସନ୍ଦ କରନ୍ତି l ସେମାନଙ୍କ ସହିତ ନିଜ ଜୀବନ ଅତିବାହିତ କରନ୍ତୁ l
* ଚିନ୍ତା ରୁ ମୁକ୍ତି ପାଇବା ପାଇଁ ନିଜକୁ ପ୍ରଥମେ ଶାନ୍ତ ରଖନ୍ତୁ , ନିଜ ଧ୍ୟାନ ସେହିସବୁ ଜିନିଷ ଆଡକୁ ରଖନ୍ତୁ ଯାହା କି ଆପଣଙ୍କୁ ଶାନ୍ତି ଦେବ l ଏପରି କରିବା ଦ୍ୱାରା ଚିନ୍ତା ଦୂର ହୋଇଥାଏ l
– ଯେତେବେଳେ କୌଣସି କଥାର ଚିନ୍ତାରେ ଆପଣମାନେ ପୀଡିତ ହେବେ କୌଣସି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖି ସେହିସବୁ ଚିନ୍ତାରୁ ଦୁରେଇ ରୁହନ୍ତୁ l ବିଶେଷ ଭାବରେ ଚିନ୍ତାଗ୍ରସ୍ତ ବ୍ୟକ୍ତି କିଛିବି ଭୁଲ ପଦକ୍ଷେପ ନେବାକୁ ପଛାଇ ନଥାଏ l
* ଯଦି ଆପଣ ବର୍ତମାନ ରେ ବଞ୍ଚୁଚନ୍ତି ତେବେ ଚିନ୍ତା ଜନକ କୌଣସି କଥା ମନରେ ଆସି ନଥାଏ l ଏଭଳି ସର୍ବଦା କରିବାକୁ ଚେଷ୍ଟା କରନ୍ତୁ l ଏପରି କରିବା ଦ୍ୱାରା ଷ୍ଟ୍ରେସ ଫ୍ରି ଲାଇଫ ବଂଚିବାରେ ସାହାଯ୍ୟ ମିଳିଥାଏ l
* ଯେତେବେଳେ ମଧ୍ୟ କୌଣସି କଥାକୁ ନେଇ ମାନସିକ ଚାପରେ ପୀଡିତ ହେଉଛନ୍ତି ସେତେବେଳେ ଦୀର୍ଘ ପ୍ରଶ୍ୱାସ କିମ୍ବା ହାଲୁକା ଭାବରେ ଦ୍ରୁତ ବେଗରେ ପ୍ରଶ୍ୱାସ ନିଅନ୍ତୁ l ଏପରି କରିବା ଦ୍ୱାରା ମାନସିକ ଭାବରେ ଶାନ୍ତି ମିଳିଥାଏ l ଏପରି କରିବା ଦ୍ୱାରା ମାନସିକ ଚାପ ମଧ୍ୟ ଦୂର ହୋଇଥାଏ l
* ପ୍ରତିଦିନ ଡାଏରୀ ଲେଖିବା ଅଭ୍ୟାସ କରନ୍ତୁ ଏହାଦ୍ୱାରା ଷ୍ଟ୍ରେସ ଡିପ୍ରେସନ ସମସ୍ୟା ଦୂର ହୋଇଥାଏ l ଏପରି କରିବା ଦ୍ୱାରା ମ,ଅସ୍ତିସ୍କ ରେ ନକାରାତ୍ମକ ଭାବନା ଓ ଚିନ୍ତା ଜନକ ବିଚାର ମଧ୍ୟ ଆସିନଥାଏ l ଏବଂ ମାନସିକ ଶାନ୍ତି ମିଳିଥାଏ l
* କେଉଁ ପୁରୁଣା ଯୁଗରୁ ଯୋଗାସନ ଓ ମେଡ଼ିଟେସନ କୁ ଅନେକ ଗୁଡିଏ ରୋଗର ଉପଚାର ରେ ପ୍ରୟୋଗ କରିଥାଉ l ଏହାଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ଚିନ୍ତା ଦୂର ହୋଇଥାଏ l ଏହାଦ୍ୱାରା ମସ୍ତିଷ୍କ ରେ ଉର୍ଜା ସଂଚାର ହୋଇଥାଏ l