Odisha news

ମା ମଣିନାଗ ଙ୍କ ପୀଠ ରୁ  ଆରମ୍ଭ ହେଲା ରଣପୁର ବିଜୁ ଜନତା ଦଳ ର ପ୍ରଥମ ନିର୍ବାଚନୀ ସଭା ,ନିର୍ବାଚନ ପରେ ସବୁ ସମୟରେ ଲୋକ ଙ୍କ ପାଖରେ ରହିବି : ଅରୁପ 

0

ରଣପୁର…. ସାରା ରାଜ୍ୟ ରେ ନିର୍ବାଚନୀ ବିଗୁଲ ବାଜିବା ସହିତ ପ୍ରମୁଖ ପ୍ରତିଦ୍ୱନ୍ଦୀ ଦଳ  ବିଜେଡି ଓ ବିଜେପି ତାର ପ୍ରାଥୀ ଘୋଷଣା କରିସାରିଛନ୍ତି ଏହି ପରିପେକ୍ଷି ରେ ଗୁରୁବାର ରଣପୁର ବିଜୁଜନତା ଦଳ ତରଫରୁ ମା ମଣିନାଗ ଙ୍କ ଆଶ୍ରୀବାଦ ନେଇ  ତାର  ପ୍ରଥମ ନିର୍ବାଚନୀ ସଭା ମା ମଣିନାଗ ପୀଠ ରୁ ଆରମ୍ଭ ହୋଇଛି. ରଘୁଦିବାକର ସହିଦ ଦିବସ ଅବସରରେ ବିଜୁଜନତା ଦଳ  ତାର ଶକ୍ତି ପଦର୍ଶନ କରିଛି ରଣପୁର ବିଧାୟକ ପ୍ରାଥୀ ସତ୍ୟନାରାୟଣ ପ୍ରଧାନ ପୁରୀ ଲୋକସଭା ସାଂସଦ ଅରୁପ ପଟ୍ଟନାୟକ ଏବଂ ନୟାଗଡ ବିଧାୟକ ପ୍ରାଥୀ ଡ଼ଃ ଅରୁଣ କୁମାର ସାହୁ.  ପ୍ରମୁଖ ଗୁରୁବାର ସକାଳ 11ଘଂଟିକା ସମୟରେ ରଣପୁର ରେ ପହଞ୍ଚି ରଣପୁର ର ଆରାଧ୍ୟ ଦେବୀ ମା ମଣିନାଗ ଙ୍କ ଆଶ୍ରୀବାଦ ନେଇ ସହିଦ ରଘୁଦିବାକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟା ଅର୍ପଣ କରିଥିଲେ ପରେ ମଣିନାଗ ମନ୍ଦିର ସ୍ଥିତ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟା ଅର୍ପଣକରୀ ନିର୍ବାଚନୀ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା.ପ୍ରବଳ ଗ୍ରୀଷ୍ମପ୍ରବାହ କୁ ଖାତିରି ନକରି  ହଜାର ହଜାର ସଂଖ୍ୟା ରେ ଯୋଗ ଦେଇଥିବା ବିଜୁଜନତା ଦଳ ଶୁଭେଛୁ  କର୍ମୀ ଓ ନେତା ସେମାନଙ୍କ ବିଧାୟକ ଓ ସାଂସଦ ପ୍ରାଥୀ ଙ୍କୁ ପାଖରେ ପାଇଁ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ଏହି ଅବସରରେ ପୁରୀ ଲୋକସଭା  ସାଂସଦ ପ୍ରାଥୀ ଅରୁପ ପଟ୍ଟନାୟକ ନିଜ ଅଭିଭାଷଣ ରଖି ନିଜ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ ନିର୍ବାଚନ ସମୟରେ ସେ ଯେତିକି ସମୟ ଲୋକ ପାଖକୁ ଆସୁଛନ୍ତି ତା ଠାରୁ ଯଥେଷ୍ଠ ଅଧିକ ସମୟ ତୁମ ପାଖକୁ ଆସିବି ବୋଲି କହିଥିଲେ କିଭଳି ସେ ଚାକିରୀ ରୁ ଅବସର ନେବା ପରେ ଲୋକଙ୍କ ସେବା ରେ ଉତ୍ସଗୀକୃତ ହୋଇ କ୍ୟାନସର ପେସେଣ୍ଟ ଙ୍କୁ ନିଜ ହାତ ଖର୍ଚ ରେ ମୁମ୍ବାଇ ଟାଟା କ୍ୟାନସର ହସ୍ପିଟାଲ ରେ  ଚିକତ୍ସା କରିବା ସହିତ କୋଭିଡି ମହାମାରୀ ସମୟରେ ସମସ୍ତେ ଘରେ ରହିଥିବା ବେଳେ ସେ ସହ ସହ ସଂଖ୍ୟା ରେ ଶବ ସତ୍କାର କରିଥିଲେ.  ଏବଂ ସେ ପୁରୀ ଜିଲ୍ଲା ଡେଲାଙ୍ଗ ମାଟିର ପୁଅ ହୋଇଥିବା ବେଳେ ମାନବ ସେବା ମାଧବ ସେବା ବୋଲି ଅଭିଭାଷଣ ରେ  କହିଥିଲେ ସେହି ଭଳି ନୟାଗଡ ବିଧାୟକ ଅରୁଣ ସାହୁ ନିଜ ଅଭିଭାଷଣ ରେ ରଣପୁର ବିଧାୟକ ପ୍ରାଥୀ ସତ୍ୟ ନାରାୟଣ ପ୍ରଧାନ ଜଣେ ଅମାୟିକ ସରଳ ବ୍ୟକ୍ତିତ୍ୱ ବୋଲି କହିବା ସହିତ ସେ ଜଣେ ଦରଦୀ ମଣିଷ ବୋଲି କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ରଣପୁର ରେ ହୋଇଥିବା ସମସ୍ତ ବିକାଶକାର୍ଯ୍ୟ ବଖାଣିବା ସହିତ ଆଗକୁ ଏହି ବିକାଶ ଧାରା ଜାରୀ ରଖିବାକୁ ଡବଲ ଶଙ୍ଖ ରେ ଭୋଟ ଦେବା ପାଇଁ ନିଜ କର୍ମୀ ଓ ନେତା କହିବା ସହିତ ସମସ୍ତେ ଆଜି ଠାରୁ ଦଳ ପାଇଁ ଉତ୍ସଗିକୃତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ. ଏହି ପ୍ରଥମ ନିର୍ବାଚନୀ ସଭା ରେ ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଇଂ  ଦେବାଶିଷ ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନ କରିଥିବା ବେଳେ ଏଥିରେ ରଣପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ବିଜୁଜନତା ଦଳ ର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିଜୁ ଜନତା ଦଳ ବ୍ଲକ ସଭାପତି ସଚି ଷଢଙ୍ଗୀ  ନଗରସଭାପତି ଲିଙ୍ଗରାଜ ନାୟକ ସମାଜ ସେବୀ ତଥା ରଣପୁର ବିଜୁ ଜନତା ଦଳ ସଂଗଠକ ପ୍ରଫୁଲ କୁମାର ନାୟକ ଙ୍କ ସହିତ ପାଞ୍ଚ ହଜାର ରୁ ଅଧିକ ବିଜୁଜନତା ଦଳ ର କର୍ମୀ ଯୋଗ ଦେଇଥିଲେ

Ad2
Leave A Reply