Odisha news

ସରକାରୀ ସହାୟତାରୁ ବଞ୍ଚିତ ପରିବାର ଭୋଟ୍ ବର୍ଜନ ପାଇଁ ଦେଲେ ଚେତାବନୀ

0
ସାଲେପୁର : ଅସହାୟ ପରିବାର ଆବାସ ଯୋଜନା ପାଇବା ପାଇଁ ବାରମ୍ବାର ପ୍ରଶାସନଠୁ ଆରମ୍ଭ କରି ସ୍ଥାନୀୟ ରାଜନେତାଙ୍କ ପାଖରେ ଗୁହାରି କରିଥିଲେ ହେଲେ କୌଣସି ସୁଫଳ ମିଳିଲାନାହିଁ।ସରକାରୀ ସହାୟତାରୁ ବଞ୍ଚିତ ପରିବାର ଭୋଟ୍ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ପିକୋଳ ପଞ୍ଚାୟତ ଅଧିନସ୍ତ ମନୋହରପୁର ଗ୍ରାମରେ।ଏହି ଗ୍ରାମର ନୟନା ବେହେରା ତାଙ୍କ ପାଗଳ ସ୍ୱାମୀ  ଓ ଦୁଇ ଛୁଆଙ୍କୁ ଧରି   ଚାଳ ଛପର ଘରେ ରୁହନ୍ତି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସ୍ଥାନୀୟ ନେତୃବୃନ୍ଦ ଏବଂ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣପାତ କରିନଥିବା ସେ କହିଛନ୍ତି ।ଆବାସ ଯୋଜନା ରେ ନୟନାଙ୍କ ପରିବାରକୁ ଅନ୍ତର୍ଭୁକ୍ତ କରାଗଲା ନାହିଁ।ଗତ ଏଇ କିଛିଦିନ ତଳେ ହଟାତ ଘରର ମାଟିକାନ୍ଥ ଭାଙ୍ଗି ଗଲା।ଘର ଭାଙ୍ଗି ଯିବାପରେ ସ୍ଥାନୀୟ ରାଜନେତା ଏବଂ ପ୍ରଶାସନ ପାଖରେ ସାହାଯ୍ୟ ପାଇଁ ଗୁହାରି କରିଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି।ବାଧ୍ୟ ହୋଇ ସେହି ଭଙ୍ଗା ଘରେ ଜରି ପାଲ ଟାଙ୍ଗି ଯେଉଁଠି ନୟନାଙ୍କ ପରିବାର ଶୋଉଛନ୍ତି ସେଇଠି ଗାଈ ବାଛୁରୀ ଗୃହପାଳିତ ପଶୁ ବି ରହୁଛନ୍ତି।ସବୁଠାରୁ ନିରାଶ ହୋଇ ଶେଷରେ ଭୋଟ ବର୍ଜନ କରିବେ ବୋଲି  ନୟନା ବେହେରା ଚରମ ନିଷ୍ପତ୍ତି ନେଇଛନ୍ତି।(ଫଟ ଅଛି)
Ad2
Leave A Reply