ମୋରଡା : ବିଦ୍ୟାଳୟରେ ଖାଉଥିଲେ ଛାତ୍ର ଛାତ୍ରୀ ମଧ୍ୟାନ ଭଜନ ଖସିପଡିଲା ଛାତରୁ ପ୍ଳାଷ୍ଟର ଫଳରେ ଜଣେ ଛାତ୍ର ଗୁରୁତ୍ୱର ଆହତ ହୋଇଛନ୍ତି l ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ସାନମୁଣ୍ଢାବଣି ପଞ୍ଚାୟତ ର ସରାଶୋଳ ଗ୍ରାମର ଗାଲୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା l ମିଳିଥିବା ସୂଚନା ଅନୁଯାଇ ଉପରକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ଶ୍ରେଣୀରେ ମୋଟ ୨୬ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରନ୍ତି l ଆଜି ୯ ଟା ସମୟରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ବାରଣ୍ଡାରେ ବସୀ ମଧ୍ୟାନ ଭଜନ କରୁଥିଲେ ଉକ୍ତ ସମୟରେ ହଠାତ ଛାତରୁ ପ୍ଳାଷ୍ଟର l ଖସି ପଡିଥିଲା l ଭୟରେ ଛାତ୍ର ଛାତ୍ରୀ ମାନେ ଏଣେ ତେଣେ ଦୌଡ଼ି ପଳାଇ ଥିବା ଵେଳେ ତୃତୀୟ ଶ୍ରେଣୀ ଛାତ୍ର ଗୋବିନ୍ଦ ହେମ୍ବ୍ରମଙ୍କ ମୁଣ୍ଡ ଉପରେ ପ୍ଳାଷ୍ଟର ଖଣ୍ଡ ଖସି ପଡିଥିଲା l ଫଳରେ ଗୋବିନ୍ଦ ଗୁରୁତ୍ୱର ଆହତ ହୋଇଥିଲା l ଗୁରୁତ୍ୱର ଛାତ୍ର ଙ୍କୁ ବିଦ୍ୟାଳୟ ଶିକ୍ଷକ ରାଙ୍ଗା ମୁର୍ମୁ ସଙ୍ଗେ ସଙ୍ଗେ ମୋରଡା ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ l ମୁଣ୍ଡ ଫାଟିବା ଫଳରେ ମୁଣ୍ଡରେ ଦୁଇଟି ଷ୍ଟିଜ ପଡିଥିଲା l ତେବେ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ବିଦ୍ୟାଳୟ ର ନୂତନ ଏକ ବିଲଡିଂ ନିର୍ମାଣ ନହେବା ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟ ଯିବାକୁ ଦିଆଯିବ ନାହିଁ l ଏବଂ ଘଟି ଯାଇଥିବା ଘଟଣା ପାଇଁ ପଂଚାୟତ ପ୍ରଶାସନ, ଶିକ୍ଷା ବିଭାଗ ଦାୟୀ ବୋଲି କହିଛନ୍ତି ୱାର୍ଡ ସଦସ୍ୟ ବିଶ୍ଵନାଥ ମୁର୍ମୁ, ଅଭିଭାବକ ସୀତା ହେମ୍ବ୍ରମ, କଟି ହେମ୍ବ୍ରମ, ନାରାୟଣ ହେମ୍ବ୍ରମ, କିସୁନ ହାଁସଦା l ତେବେ ପୂର୍ବରୁ ପଞ୍ଚାୟତ ପ୍ରଶାସନ କୁ ଅସୁରକ୍ଷିତ ବିଦ୍ୟାଳୟ ସମ୍ପର୍କରେ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି କହିଛନ୍ତି ଶିକ୍ଷକ ରାଙ୍ଗା ମୁର୍ମୁ l
