ବାରିପଦା : ଯଶୋଦା ଫାଉଣ୍ଡେସନ ତରଫରୁ ଆଦର୍ଶ କୃତୀ ପ୍ରଧାନଶିକ୍ଷୟିତ୍ରୀ ତଥା ବରିଷ୍ଠ କବୟିତ୍ରୀ ଶାନ୍ତିଲତା ଆଚାର୍ଯ୍ୟଙ୍କ ୭୫ତମ ଜନ୍ମଦିନ ପାଳନ ପରିପ୍ରେକ୍ଷୀରେ ସୁମିତ୍ରା ତରେଇ ଓ ମିଲି ମହାନ୍ତଙ୍କୁ ଶାନ୍ତିଲତା ଆଚାର୍ଯ୍ୟ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି । ଯଶୋଦା ଫାଉଣ୍ଡେସନର ସଭାପତି ପ୍ରତାପ ଚନ୍ଦ୍ର ଧଡ଼ାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆଶିଷ ରଞ୍ଜନ ବାସୁରୀ, ମୃତୁ୍ୟଞ୍ଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ଶାନ୍ତିଲତା ଆଚାର୍ଯ୍ୟଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ମହେଶ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଶ୍ୱିନୀ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ ।