ରଣପୁର…… ଶୁକ୍ରବାର ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ମା ମଣିନାଗ ମନ୍ଦିର ନିକଟସ୍ଥ କଲ୍ୟାଣୀ ମଣ୍ଡପ ଠାରେ ରଣପୁର ବ୍ଲକ କଂଗ୍ରସ ତରଫରୁ ଚଳିତ ବର୍ଷ ନିର୍ବାଚନୀ ଇସ୍ତାହାର ଘୋଷଣା ନେଇ ସାମ୍ବାଦିକ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି… ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ବାସୀଙ୍କ ପାଇଁ କଂଗ୍ରେସ ର ଦଶ ଦଫା ଗ୍ୟାରେଣ୍ଟି କାର୍ଡ କୁ ନୟାଗଡ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଉନ୍ମୋଚନ କରିଛନ୍ତି l ନୟାଗଡ ଜିଲ୍ଲା ବାସୀ ଙ୍କ ପାଇଁ ନୟାଗଡ ରେ ନୂଆ ଚିନିକଳ ସ୍ଥାପନା, ଦଶପଲ୍ଲା ରେ ଅତ୍ୟାଧୁନିକ କାଗଜ କାରଖାନା, ରଣପୁର କୁ ରାଜସ୍ବ ସବ ଡିଭିଜନ ଏବଂ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ କୁ ସୁପର ସ୍ପେଶାଲିଟି ହସ୍ପିଟାଲ ମାନ୍ୟତା ଗ୍ୟାରେଣ୍ଟି ଏବଂ ରାଜସୁନାଖଳା, ଚାନ୍ଦପୁର କୁ ଏନଏସି ମାନ୍ୟତା ଗ୍ୟାରେଣ୍ଟି, ଭେଟବର ସମେତ ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୁନଃରୁଦ୍ଧାର କରିବା ପାଇଁ ରଣପୁର ବାସୀ ଙ୍କୁ କଂଗ୍ରେସ ଦଳ ଗ୍ୟାରେଣ୍ଟି ଦେଉଛି l ରାଜ୍ୟ ବାସୀଙ୍କୁ କଂଗ୍ରେସ ଦଳର ୧୦ ଗ୍ୟାରେଣ୍ଟି ମଧ୍ୟରେ ୧. ଗୃହ ଜ୍ୟୋତି ଯୋଜନା ରେ ରାଜ୍ୟର ପ୍ରତ୍ୟେକ ଘରୋଇ ବିଦ୍ୟୁତ ଉପୋଭୋକ୍ତା ଙ୍କ ପାଇଁ ୨୦୦ ୟୁନିଟ ବିଜୁଳି ଦେୟ ଛାଡ଼, ୨. ଯୁବବିକାଶ ଯୋଜନା ରେ ରାଜ୍ୟର ୫ ଲକ୍ଷ ଯୁବକ ଯୁବତୀ ଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ସହିତ ମାସିକ ୩000 ଟଙ୍କା ବେକାରୀ ଭତ୍ତା, ୩. କୃଷକ ବନ୍ଧୁ ଯୋଜନା ରେ ବୋନସ ସହିତ ଧାନ ର ମୂଲ୍ୟ କୁଇଣ୍ଟାଲ ପ୍ରତି ୩000 ଟଙ୍କା, କୃଷକ ମାନଙ୍କ ପାଇଁ ମାସିକ ୨000 ଟଙ୍କା ପେନସନ ଏବଂ କୃଷି ଋଣ ଛାଡ଼, ୪. ଗୃହଲଷ୍ମୀ ଯୋଜନା ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ବ୍ୟାଙ୍କ ଋଣ ଛାଡ଼, ମହିଳାଙ୍କୁ ୨000 ଟଙ୍କା, ଆଦିବାସୀ-ଦଳିତ ମହିଳାଙ୍କୁ ମାସିକ ୩000 ଟଙ୍କା ଭତ୍ତା ଏବଂ ମାସକୁ ୫00 ଟଙ୍କାରେ ଗ୍ୟାସ ସିଲିଣ୍ଡର, ୫. ଜନକଲ୍ୟାଣ ଯୋଜନା ରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମାଧ୍ୟମ ରେ ମାଗେଣା ଚିକିତ୍ସା ବ୍ୟବସ୍ଥା, ୬.ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ମାସିକ ୨000 ଟଙ୍କା, ୭.ଚିଟଫଣ୍ଡ ପ୍ରଭାବିତ ଜମାକାରୀ ମାନଙ୍କୁ ୬ ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ, ୮.ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭%ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ୯. ଆଦିବାସୀ ଓ ଦଳିତ ବର୍ଗଙ୍କ ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର, ୧୦. ୧00ଦିନ ମଧ୍ୟରେ ପେସା ଆଇନ କୁ କଡାକଡି ଭାବେ ଲାଗୁ କରାଯିବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ l ରଣପୁର ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ପାଇକେରା ଙ୍କ ସଂଯୋଜନା କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ବରିଷ୍ଠ ନେତା ହୁସେନ ଖାନ, ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ସତ୍ୟବ୍ରତ ନାୟକ, ସତ୍ୟରଞ୍ଜନ ମତ୍ତା, ନଗର କଂଗ୍ରେସ ସଭାପତି,ଯୁବ ନେତା ବିଭୂପ୍ରସାଦ ମିଶ୍ର ,ଡିସିସି ଉପସଭାପତି ସୁରେନ୍ଦ୍ର ନାଥ କଳସ , ବରିଷ୍ଠ ନେତା ସୁକାନ୍ତ ସେନାପତି, ପ୍ରକାଶ ଚନ୍ଦ୍ର ନାୟକ,ଜୋନ ସଭାପତି ସାରଦା ପ୍ରସାଦ ସୁବୁଦ୍ଧି, ଅନିଲ ପରିଡା, ସୁଦର୍ଶନ ପ୍ରଧାନ, ଭରତ ଚନ୍ଦ୍ର ରାଉତ ପ୍ରମୁଖ ଗ୍ୟାରେଣ୍ଟି କାର୍ଡ ଅନୁଷ୍ଠାନିକ ଉନ୍ମୋଚନ କରିଥିଲେ l ରଣପୁର ବ୍ଲକ କଂଗ୍ରେସ ପ୍ରଣତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ