Odisha news

ବିଦ୍ୟୁତଖୁଣ୍ଟକୁ ଧକ୍କା ଦେଇ ଉପରକୁ ଚଢିଗଲା ଯାତ୍ରୀବାହୀ ଅଟୋ, ୩ଆହତ, ଜଣେ ଗୁରୁତର

0
ବେତନଟୀ :  ବୈଶିଙ୍ଗା ଥାନା ଅଧୀନ  ବଙ୍ଗାଳିଡାହି ଛକ ନିକଟରେ ଆଜି ଦିନ ୧୦ଟା ସମୟ ରେ  ବିଦ୍ୟୁତଖୁଣ୍ଟକୁ ଏକ ଯାତ୍ରୀବାହି ଅଟୋ ଧକ୍କାଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଅଟୋ ଚାଳକ ସମେତ ମୋଟ ଚାରିଜଣ ଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ l   ଓଡି- ୧୧ଏଏ- ୧୫୮୫ନମ୍ବର ବିଶିଷ୍ଟ ଯାତ୍ରୀବାହୀ ଅଟୋ ଯୋଗେ ଚାଳକଙ୍କ ସହିତ ତିନିଜଣ ଯାତ୍ରୀ ରୁପ୍ସାରୁ ବୈଶିଙ୍ଗା ଅଭିମୁଖେ ଆସୁଥିବା ସମୟରେ ବଙ୍ଗାଳିଡାହି ଛକରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ  ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଥିବା ବେଳେ ଯାତ୍ରୀବାହୀ ଅଟୋଟି ଉପରକୁ ଉଠିଯାଇଥିଲା l ଦୁର୍ଘଟଣାରେ ତିନିଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଆଗ୍ରିଆ ପଞ୍ଚାୟତ ଅଧୀନ ପାଟପୁର ଗ୍ରାମର ବର୍ଷା ମୁର୍ମୁର ପୁଅ କନ୍ଦା ମୁର୍ମୁଙ୍କ ହାତ ଭାଙ୍ଗିଯିବା ସହିତ ଗୁରୁତର ଆହତ ହୋଇଥିଲେ l ଗୁରୁତର କନ୍ଦାଙ୍କୁ ଉଦ୍ଧାରକରି ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିବା ଜଣାଯାଇଛି।
Leave A Reply