Odisha news

ବଡଚଣା ବିଜେଡିରେ ନେତୃତ୍ୱ ପରିବର୍ତ୍ତନ ଦାବି ଜୋର ଧରିଲା : ଗୋଟିଏ ମଞ୍ଚରେ ଏକାଠି ହେଲେ ସବୁ ବିଧାୟକ ବିରୋଧୀ

0
ଚଣ୍ଡିଖୋଲ,୨୯/୩ :  ଚଳିତ ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟରେ ବିଭିନ୍ନ ଦଳର ପ୍ରସ୍ତୁତି ଯୋରସୋର ଚାଲିଥିଲା ବେଳେ ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ବିରୋଧ ଚରମ ସୀମାରେ ପହଞ୍ଚିଛି! ଏଠାରେ ବିଜେଡିର ନେତୃତ୍ୱ ପରିବର୍ତ୍ତନ ପାଇଁ ସାଙ୍ଗଠନିକ ବୈଠକ ଆଳରେ ଶୁକ୍ରବାର ଦିନ ବିଧାୟକଙ୍କ ସମସ୍ତ ବିରୋଧୀ ଗୋଷ୍ଠୀ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ! ପୂର୍ବ ଘୋଷଣା ଅନୁଯାୟୀ ବଡଚଣାର ଖଇରା ମେଳଣ ପଡ଼ିଆରେ ଆୟୋଜିତ ସାଙ୍ଗଠନିକ ବୈଠକରେ ଯାଜପୁର ଜିଲ୍ଲା ପରିଷଦ ଉପ ସଭାପତି ତଥା ବଡଚଣା।ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ ଅଧ୍ୟକ୍ଷତା କହିଥିଲେଲେ! ବିଧାୟକଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ବଡ଼ଚଣାରେ ଦଳୀୟ ସାଙ୍ଗଠନିକ ଅତ୍ୟନ୍ତ ଦୃବଳ ରହିଛି ବୋଲି ସେ ଆରୋପକରି ନେତୃତ୍ୱ ପରିବର୍ତ୍ତନ ଦାବି କରିଥିଲେ! ଏହି ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ପ୍ରହଲ୍ଲାଦ ନନ୍ଦ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଇତିଶ୍ରୀ ସାମଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଚିତ୍ରନନ୍ଦ ମହାପାତ୍ର,ରାଜ୍ୟ ମହିଳା ବିଜେଡି ସମ୍ପାଦିକା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପୂଜାରିଣୀ ବଳ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁମତି ବାସ୍କେ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ସାମଲ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଆଶିଷ ରଞ୍ଜନ ଚୌଧୁରୀ, ଜିଲ୍ଲା ବିଜେଡି ଉପ ସଭାପତି ଅମର ମହାନ୍ତି, ପ୍ରାକ୍ତନ ବ୍ଲକ ମହିଳା ବିଜେଡି ସଭାପତି ଦମୟନ୍ତୀ ସାମଲ, ସରସ୍ବତୀ ବେହେରା,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ମାନଗୋବିନ୍ଦ ସେଠୀ, ପୂର୍ବତନ ସମିତି ସଭ୍ୟ ସୁରେଶ ନାୟକ, ପବନେଶ୍ୱର ଜେନା, ଗଣେଶ୍ୱର ସାମଲ, ଧନେଶ୍ୱର ବେହେରା,ରବୀନ୍ଦ୍ର ଦାଶ,ସରପଞ୍ଚ ସେକ ଅବଦୁଲ ଗନି,ସରପଞ୍ଚ ଅକ୍ଷୟ କୁମାର ରାଉତ, ଦିଲ୍ଲୀପ ରାଉତ, ଦିଲ୍ଲୀପ କୁମାର ସାମଲ ଓ କୃଷ୍ଣଚନ୍ଦ୍ର ସାମଲଙ୍କ ସହ ୩୦ ଜଣରୁ ଉର୍ଦ୍ଧ୍ବ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବଡ଼ଚଣା ବିଜେଡିର ନେତୃତ୍ୱ ପରିବର୍ତ୍ତନ ଦାବି କରିଥିଲେ!ଦଳ ପକ୍ଷରୁ ଏଠାରେ ନୂତନ ପ୍ରାର୍ଥୀ ଚୟନ କରାଗଲେ ବିଜେଡି ଅଧିକ ଶକ୍ତିଶାଳୀ ହେବା ସହ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବବୋଲି  ବକ୍ତାମାନେ ଆଶାପୋଷଣ କରିଥିଲେ! ଏଥିରେ ବହୁ ଯୁବ ସଂଗଠକ ଓ ନିର୍ବାଚନ ମଣ୍ଡଳୀର ଛାମୁଆ ସଙ୍ଗଠକ ଯୋଗଦେଇଥିଲେ !
Leave A Reply