Odisha news

ରେଳ ଫାଟକ ପଡିବା ସମୟରେ ଗେଟ ଭାଙ୍ଗିଲା : ଏକ ଘଣ୍ଟା ଧରି ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

0
ସାକ୍ଷୀଗୋପାଳ  :  ସାକ୍ଷୀଗୋପାଳ ବଜାର  ରେଳ ଫାଟକ ପଡୁଥିବା ସମୟରେ ରେଳ ଗେଟ( bum)ଭାଙ୍ଗି ଯିବାରୁ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ  ଧରି ସାକ୍ଷୀଗୋପାଳ ବଜାର ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ ହୋଇ ଯାଇଥିଲା l ରାସ୍ତାର  ଉଭୟ ପାର୍ଶ୍ୱରେ ଶହ ଶହ ଲୋକ ଓ ଯାନବାହାନ ଅଟକି ରହିଥିଲା l ସ୍ଥାନୀୟ ଜନସାଧାରଣ ହଇରାଣ ହରକତ ହେଲେ  ।  ସାକ୍ଷୀଗୋପାଳ ବଜାର ମଧ୍ୟ ଦେଇ ଯାଇଥିବା ପୁରୀ ଖୋର୍ଦ୍ଧା ରେଳ ରେଳ ପଥର  ସାକ୍ଷୀଗୋପାଳ ରେଳ ଫାଟକରେ  ଏକ ଟ୍ରେନ ଯିବା ପାଇଁ ମଧ୍ୟାହ୍ନ  ୧୨ ଘଟିକା ସମୟରେ ରେଳ ଫାଟକ ପଡୁଥିବା ସମୟରେ ହଠାତ  ଏକ  ପାର୍ଶ୍ଵର  ଗେଟ ( ବୁମ )ଅଧାରୁ ଭାଙ୍ଗିଯାଇ ଅଚଳ ହୋଇ ପଡିଥିଲା  ।  ସେଠାରେ ଫାଟକ ପକାଉଥିବା  କର୍ମଚାରୀମନେ ଦୀର୍ଘ ସମୟ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଏହି ସମୟରେ ଉକ୍ତ ଲେବୁଲ କ୍ରସିଂର  ଉଭୟ ପାର୍ଶ୍ୱରେ  ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ସାକ୍ଷୀଗୋପାଳଙ୍କ ଦର୍ଶନ ନିମନ୍ତେ ଆସିଥିବା କିଛି ବସ ଯାତ୍ରୀ , ଗାଡି ମଟର ସହ ସହସହ ଜନସାଧାରଣ ଅପେକ୍ଷା କରି ରହିଥିଲେ । ସେହିପରି ରେଳ ଫାଟକ ଖରାପ ହୋଇ ଯାଇଥିବାରୁ ରେଳ ଚଳାଚଳ ମଧ୍ୟ ବନ୍ଦ ରହିଥିଲା l ଖବର ପାଇ ସାକ୍ଷୀଗୋପାଳ ରେଳବାଇ ଫାଣ୍ଡି  ପୋଲିସ ଅଧିକାରୀଣି ଇନ୍ଦୁମତୀ ସୁକ୍କା ତାଙ୍କ ଟିମ ଓ ଅନ୍ୟ ରେଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି  ଭଙ୍ଗା ଗେଟକୁ କାର୍ଯ୍ୟକ୍ଷମ କରିବା ପରେ ଲୋକମାନେ ଯିବା ଆସିବା କରିଥିଲେ । ସୂଚନା ଥାଉକି ଏହି ରେଳ ଫାଟକରେ  ଗେଟ ପଡୁଥିବା ସମୟରେ ଏହି ଭଳି ଅନେକ ଥର ଗେଟ ଭାଙ୍ଗି ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁନଥିବାରୁ ସାଧାରଣ ଲୋକ ନାନାଦି ଅସୁବିଧାରେ ପଡୁଛନ୍ତି । ତେଣୁ ଏହି ସମସ୍ୟା ଉପରେ ଦୃଷ୍ଟି ଦେବା ପାଇଁ ଉଚ୍ଚ ପଦସ୍ଥ  ରେଳକତ୍ତୃପକ୍ଷଙ୍କୁ ସାଧାରଣ ଲୋକ ଦାବି କରିଛନ୍ତି
Leave A Reply