Odisha news

ହୋଟେଲ ‘ଲିଭିଆ’ରେ ବିଶ୍ୱ ପଖାଳ ଦିବସ ପାଳିତ

0

ବାରିପଦା  : ଆଜି “ବିଶ୍ୱ ପଖାଳ ଦିବସ’ । ଗତ କିଛି ବର୍ଷ ହେବ ଆମେ ମାର୍ଚ୍ଚ ୨୦ତାରିଖ ଟିକୁ “ବିଶ୍ୱ ପଖାଳ ଦିବସ’ ରୂପେ ଚାରିଆଡେ ପାଳନ କରିଆସୁଛୁ । ଆମେ ଓଡିଆ, ଆମ ଖାଦ୍ୟ ଭାରି ବଢ଼ିଆ । ଆଉ ଗରମ ଦିନ ଆସିଲେ ପଖାଳ କଂସା ଆଡକୁ ମନ ଆପଣା ଛାଏଁ ଟାଣି ହୋଇଯାଏ । ଡହଡହ ଖରାବେଳ ଇଚ୍ଛା ହୁଏ ପଖାଳ ଟିକିଏ ହୁଅନ୍ତାକି…….!!!!! ଆଜିର ନୂତନ ପିଢିର ପିଲାମାନେ ପାଶ୍ଚାତ୍ୟ ସଭ୍ୟତାରେ ପଡି ପିଜା, ବର୍ଗର, ଚାଓମିନ୍, ରୋଲ ଆଦି ଫାଷ୍ଟ ଫୁଡ୍ ଭଳି ଖାଦ୍ୟକୁ ଆପଣାଉଥିବା ବେଳେ ପଖାଳ କଣ ବୋଲି ବି ଜାଣିପାରୁ ନାହାଁନ୍ତି । ତେଣୁ ଓଡିଆ ସଂସ୍କୃତି ଖାଦ୍ୟ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆଜିର ଏହି ଦିନଟିକୁ “ପଖାଳ ଦିବସ’ ଭାବେ ପାଳନ କରିବାରେ ବେଶ୍ ଯଥାର୍ଥତା ରହିଛି । ତେବେ ଏହି ଦିବସଟିକୁ ପ୍ରାଧାନ୍ୟ ଦେବା ପାଇଁ ସହରର କିଛି ବଡ ବଡ ହୋଟେଲ ଓ ରେଷ୍ଟୋରାଁରେ ଅତି ଆଡମ୍ବରପୂର୍ଣ୍ଣ ଭାବରେ ଏହାକୁ ପାଳନ କରାଯାଉଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି ବାରିପଦା ସହରରେ ଥିବା ଜଣାଶୁଣା ବା ନାମକରା “ଲିଭିଆ’ ହୋଟେଲରେ । କଂସା ବାସନରେ ସ୍ପେଶାଲ ଛୁଙ୍କ ଦିଆ ପଖାଳ ସହ ଶାଗ ଭଜା, ବଡି ଚୁରା, ବାଇଗଣ ପୁଡା ଚୋଟୁଣି, ମାଛ ଭଜା, ମାଛ ବେସର ଭଳି ୧୦ ରୁ ୧୫ ପ୍ରକାରର ସୁ ସୁଆଦିଆ ତରକାରୀ ସାଙ୍ଗକୁ ପିଆଜ ଓ କଞ୍ଚା ଲଙ୍କା ପରସା ଯାଇଛି ଗ୍ରାହକଙ୍କୁ । ଗ୍ରାହକମାନଙ୍କୁ ଏହି ଖାଦ୍ୟ ବେସ ଆନନ୍ଦ ଦେଇଥିବା ପ୍ରକାଶ କରିଥିବାବେଳେ ଆଜିର ଏହି ପଖାଳ ଦିବସବୁ ସ୍ୱତନ୍ତ୍ର କରିବା ପାଇଁ ହୋଟେଲ ମାଲିକ ସୁନୀତା ଜୁବେଲାଙ୍କୁ ବେଶ୍ କସରତ କରିବାକୁ ପଡିଥିଲା ବୋଲି ପ୍ରକାଶ କରିଛନ୍ତି ।

Nalco
Leave A Reply