ତିହିଡି, ୧୯/୦୩(ଯଦୁମଣି ପାଣିଗ୍ରାହୀ): ଚୋରା ବାଲି ଚାଲାଣ ଅଭିଯୋଗରେ ୫ଟି ଗାଡି ଜବତ୍ ଓ ୫ ଜଣ ଗିରଫ୍ କରିଛି ତିହିଡି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଥାନା ପକ୍ଷରୁ ନାକାବନ୍ଦୀ ସମୟରେ ୫ଟି ବାଲି ବୋଝେଇ ଗାଡି(ହାଇୱା ଓ ଟିପ୍ପର) ପୋଲିସ ହାତରେ ଧରା ପଡିଥିଲା । ତେବେ ବାଲି ·ଲାଣ ନେଇ ·ଳକମାନେ କୌଣସି କାଗଜପତ୍ର ଦାଖଲ କରିପାରି ନଥିଲେ । ବାଲି ଯେଉଁଠୁ ବୋଝେଇ କରାଯାଇଛି ସେଠାକାର ତହସିଲ କାର୍ଯ୍ୟାଳୟର କୌଣସି କେ-ଫର୍ମ ମଧ୍ୟ ନଥିଲା । ଯାହାକୁ ନେଇ ପୋଲିସ ଚୋରା ·ଲାଣ ଭାବେ ଅବିହିତ କରିବା ସହ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି । ନିର୍ବାଚନ ପରିପ୍ରେକ୍ଷୀରେ ପୋଲିସ ଅଧିକ ସଜାଗ୍ ଥିବାବେଳେ ଏପରି ବିନା କାଗଜ୍ ପତ୍ରରେ ବାଲି ·ଲାଣ ·ଳକମାନଙ୍କୁ ମହଙ୍ଗା ପଡିଛି । ଓଡି-୦୪-ଏମ-୩୧୮୫, ଓଡି-୨୨-ଏସ-୯୨୪୯, ଓଡି-୨୨-ଏନ-୧୧୯୭, ଓଡି-୨୨-ଏଚ-୧୩୪୫, ଓଆର-୦୫-ୱାଇ-୮୪୬୫ ବାଲି ବୋଝେଇ ଗାଡି ଜବତ୍ ହେବା ସହିତ ·ଳକ ପ୍ରଦୀପ କୁମାର ମହାନ୍ତି, କାହ୍ନୁ ଚରଣ ସିଂ, ବିଜୟ କୁମାର ବାରିକ, ଜାଭିଦ୍ କାଦିର୍ ଓ ଗୋପାଳ ସ୍ୱାଇଁଙ୍କୁ ଗିରଫ୍ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ·ଲାଣ କରାଯାଇଛି । ଏନେଇ ଥାନାରେ ୩ଟି ମାମଲା (୧୧୭/୨୪, ୧୧୮/୨୪ ଓ ୧୧୯/୨୪) ରୁଜୁ କରାଯାଇଛି । ଗାଡିମାଲିକଙ୍କ ଏପିର ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଉଦାହରଣ ସାଜିବ ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକ କହିଛନ୍ତି ।
