Odisha news

ଅଜଣା ରୋଗରେ ପୀଡ଼ିତ ହୋମଗାର୍ଡଙ୍କୁ ମିଳିଲା ସହାୟତା

0
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନ କିଛି ଦିନ ହେବ ଅଜଣା ରୋଗରେ ପୀଡିତ ଥିବାରୁ ତାଙ୍କୁ କନ୍ଧମାଳ ଜିଲା ହୋମଗାର୍ଡ ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ ମେଡ଼ିସିନ ବାବଦକୁ କିଛି ଟଙ୍କା ଆର୍ଥିକ ସହାୟତା କରିଛନ୍ତି । ସଦର ଥାନାର ସମସ୍ତ ଅଫିସର, କନେଷ୍ଟବଳ ହୋମଗାର୍ଡ କର୍ମଚାରୀ କିଛି କିଛି ଟଙ୍କା ଆଦାୟ କରି ରୋଗ ସଜ୍ଜାରେ ପୀଡିତ ଥିବା ବିନୋଦ ବିହାରୀ ପ୍ରଧାନଙ୍କ ବାସଭବନ ଠାରେ ଉପସ୍ଥିତ ରହି ସହାୟତା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ , ସଂଘ ଆବାହକ ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, କାର୍ୟ୍ୟକାରୀ ସଭାପତି ଅଖୟ କୁମାର ରାୟ, ସଂଘ ସଦସ୍ୟ ସାଫରିନ ଖାନ୍, ଉପେନ୍ଦ୍ର ଭଞ୍ଜ, ପ୍ରତାପ କୁମାର ସାହାଣୀ, ସ୍ବାଧିନ କୁମାର ଦିଗାଲ, ଅଜିତ କୁମାର ପ୍ରଧାନ, ସଦର ଥାନାରେ କାର୍ୟ୍ୟରତ ଏଏସ୍ଆଇ, ହରେକୃଷ୍ଣ ମିଶ୍ର, ସଞ୍ଜୟ କୁମାର ବିଶୋଇ ଉପସ୍ଥିତ ରହି ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଗାମୀ ଦିନରେ ଏପରି କାର୍ୟ୍ୟକ୍ରମ କନ୍ଧମାଳ ଜିଲାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ପାଇଁ ଲାଗୁ ରଖିବା ପାଇଁ ନିଷ୍ପତ୍ତି ନିଆଯାଇ ଥିବା ପ୍ରକାଶ କରିଛନ୍ତି ସଂଘ କର୍ମକର୍ତ୍ତା।
IEC 2 years
Leave A Reply