Odisha news

ରା୍ଳବ ରେ ଜଣ କୁ ହାଣିଲେ ଛ ଜଣ, ଗ୍ରାମ ରେ ପରିସ୍ଥିତି ଉତେଜନା ପୂର୍ଣ୍ଣ! 

0

ରଙ୍ଗେଈଲୁଣ୍ଡା!!!!ଗୋଲନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ପଞ୍ଚାୟତ ର ରା୍ଳବ ଗ୍ରାମ ରେ ବି, ସନ୍ତୋଷ ପାତ୍ର ନାମକ ଜଣେ ଯୁବକ ଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି!ଫଳରେ ଗ୍ରାମ ରେ ପରିସ୍ଥିତି ଉତେଜନା ପୂର୍ଣ୍ଣ ରହିଛି!ଘଟଣା ରୁ ପ୍ରକାଶ ଯେ, ଗତ କାଲି ସନ୍ଧ୍ୟା ଆଠ ଘଣ୍ଟା ସମୟରେ ଆହତ ବି, ସନ୍ତୋଷ ପାତ୍ର ଗ୍ରାମ ନିକଟସ୍ଥ ଦୁବପଲ୍ଲୀ ଗ୍ରାମ କୁ କୌଣସି ଏକ କାର୍ଯ୍ୟ ରେ ଯାଇଥିବା ବେଳେ ପୂର୍ବ ଯୋଜନା ମୁତାବକ ରା୍ଳବ ଗ୍ରାମ ର ଛ ରୁ ଆଠ ଜଣ ଯୁବକ ହଟାତ ସନ୍ତୋଷ ଙ୍କୁ ଆକ୍ରମଣ କରିଥିଲେ, ଆକ୍ରମଣ ପରେ ଆହତ ସନ୍ତୋଷ ଘଟଣା ସ୍ଥଳରେ ଚେତା ଶୂନ୍ୟ ହୋଇ ପଡ଼ିଥିଲେ, ପରେ ଗ୍ରାମ ର କିଛି ଲୋକ ଦେଖିବା ପରେ ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ!ସନ୍ତୋଷ ଙ୍କ ଶରୀର ର ବିଭିନ୍ନ ସ୍ଥାନ ରେ ଖଣ୍ଡା ଚୋଟ ପଡ଼ିଥିବା ଦେଖିବାକୁ ମିଳିଛି!ଗୋଲନ୍ଥରା ପୋଲିସ ଘଟଣା ବିଷୟରେ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି କୁ ଆୟତ୍ତ କରିଥିଲେ!ଏ ନେଇ ଆହତ ସନ୍ତୋଷ ଙ୍କ ଭାଇ ଗୋଲନ୍ଥରା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି!ଥାନା କେଶ ନମ୍ବର 114/24 ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ସୂତ୍ର ରୁ ପ୍ରକାଶ!

Leave A Reply