ସାଲେପୁର :-ସାଲେପୁର ଥାନା ଅନ୍ତର୍ଗତ ଜପକୂଦ ଫାଣ୍ଡି ଅଧିନ କଟରପା ଗ୍ରାମରେ ପୋଖରୀରେ ପଡି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି। କଟରପା ଗ୍ରାମର ଶିଶୁକ୍ରୀସ୍ନ ନନ୍ଦଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ଶୁଭମ ପ୍ରସାଦ ନନ୍ଦ ସ୍କୁଲରୁ ଫେରି ଘରେ ବହି ବ୍ୟାଗ ରଖି ଥିଲା।ଏହା ପରେ ନିକଟସ୍ଥ ମଠ ପୋଖରୀକୁ ଗାଧୋଇ ବାକୁ ଯାଇଥିଲା। ଗାଧେଇବା ବେଳେ ପାଣିରେ କୌଣସି କାରଣରୁ ବୁଡି ଯାଇଥିଲା।ସ୍ଥାନୀୟ ଲୋକମାନେ ଏହା ଦେଖି ପିଲାଟିକୁ ପାଣିରୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ।ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।ସାଲେପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଜଣାପଡିଛି।
