Odisha news

ଏସବିଆଇ ଲାଇଫ ଇନ୍ସୁରାନସ କାର୍ଯ୍ୟାଳୟ ଉଦଘାଟିତ

0
ନୂଆପଡ଼ା -୧୫/୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା ସଦର ମହକୁମା ଜାତୀୟ ରାଜପଥ-୩୫୩ ପାର୍ଶ୍ଵ ଇରିଗେଶନ କଲୋନୀ ସାମନା ରେ ଏସବିଆଇ  ଲାଇଫ ଇନ୍ସୁରାନ୍ସ କାର୍ଯ୍ୟାଳୟ ମହାସମାରୋହ ରେ ଉଦଘାଟିତ ହୋଇଯାଇଛି। ଏ ଅବସର ରେ ଆୟୋଜିତ ସମାରୋହରେ ଭୁବନେଶ୍ୱର ର ଆଞ୍ଚଳିକ ନିର୍ଦେଶକ ପିଭି ମାରୁଥି ନାଇଡୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏସବିଆଇ ଲାଇଫ ଇନ୍ସୁରାନ୍ସ ତଥା ବିଭିନ୍ନ ସଞ୍ଚୟ ଯୋଜନା ସମ୍ବନ୍ଧରେ ଉପସ୍ଥିତ କର୍ମଚାରୀ ଓ ଲାଇଫ୍ ମିତ୍ର ମାନଙ୍କୁ ଅବଗତ କରାଇଥିଲେ। ଅଧିକ ବୀମାପୋଲିସି କରିପାରିଥିବା ଏଜେଣ୍ଟ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଭୁବନେଶ୍ୱର ଅଞ୍ଚଳ ର ଆଞ୍ଚଳିକ ପରିଚାଳକ ବୁଦ୍ଧାଦିତ୍ୟ ବାନାର୍ଜୀ,     ଡି.ଆର.ଏମ. ବିଜୟ ଚୌଧୁରୀ, ଡି.ଏସ.ଏମ. ସଞ୍ଜୀବ ତ୍ରିପାଠୀ, ନୂଆପଡା ଶାଖା ମୁଖ୍ୟ ପରିଚାଳକ ବ୍ରଜକିଶୋର ଶାନବଡ, ୟୁନିଟ ପରିଚାଳକ ହିମାଂଶୁ କୁମାର, ହେମନ୍ତ ସତନାମି , ଯୁଧିଷ୍ଟିର ଦୀପ ବିଜୟ ଭଟାଗୁରୀୟା, ବିଜୁ ସିଂ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହିଥିବା ବେଳେ ଲାଇଫ ମିତ୍ର ସୁରେନ୍ଦ୍ର ତିୱାରୀ, କ୍ଷୀର ମୋହନ୍ ଶଗଡ଼ିଆ, ରେଖା ସାହୁ, ନିରଞ୍ଜନା ସାହୁ, ରେଶମା ରାଉତରାଏ, ସୁଶାନ୍ତ କର, ଯୁଗଲ ମହାନନ୍ଦ, ସତ୍ୟରାଜ ମହାନନ୍ଦ ଓ ଶ୍ରୀମତି ଲତା ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ।
Ad2
Leave A Reply