Odisha news

ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ : ଭାଉଜର ତଣ୍ଟିଚିପି ହତ୍ୟାପରେ ନଦୀକୁ ଫୋପାଡିଥିବା ଦିଅର ଗିରଫ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବେଣାପୁର ନିକଟ ବଡଗେଙ୍ଗୁଟୀ ନଦୀ ପଠାରୁ ମାର୍ଚ୍ଚ ୫ ତାରିଖରେ ଉଦ୍ଧାର ହୋଇଥିବା ଅଜଣା ମହିଳାଙ୍କ ମୃତଦେହର ପରିଚୟ ପୋଲିସକୁ ମିଳିଛି! ଏଥିସହ ସଂପୃକ୍ତ ମହିଳାଙ୍କୁ ତାଙ୍କ ଦିଅର ହତ୍ୟାକରି ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ନଦୀକୁ ଫୋପାଡି ଦେଇଥିବା ପରି ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ପୋଲିସ ହାସଲ କରିଛି ! ମୃତଦେହ ଉଦ୍ଧାର ହେବାବେଳେ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ଏହା ଏକ ହତ୍ୟାକାଣ୍ଡ ବୋଲି ଯେଉଁ ସନ୍ଦେହ କରିଥିଲେ ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି! ତଥ୍ୟ ପାଇବାପରେ ଥାନା ଅଧିକାରୀ ଶ୍ରୀ ପାତ୍ର ବିଭିନ୍ନ ଦିଗକୁ ଦୃଷ୍ଟିଦେଇ ତଦନ୍ତ କରିବା ପରେ ହତ୍ୟାକାରୀ ନିକଟରେ ପହଞ୍ଚିବା ସହ ତାକୁ ଗିରଫ କରିଛନ୍ତି! ଗିରଫପରେ ଭାଉଜ ହତ୍ୟାକାରି ଦିଅରକୁ ବୁଧବାର ଦିନ ଚଣ୍ଡିଖୋଲ କୋର୍ଟ ଚାଲାଣ କରାଯାଇଛି! ପୋଲିସ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ବେଣାପୁର ନିକଟ ଏକ ଇଟାଭାଟିରେ କାମକରୁଥିବା ଚେନେକା ଚାତାର ତାର ସହକର୍ମୀ ଜେନାପୁର ଥାନା ଚଡେଇଧରା ନିକଟ ଗୟାସାହି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲା! ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବାରୁ ସ୍ତ୍ରୀ ଲୁଚିକରି ନିଜ ଘରକୁ ପଳାଇ ଆସିଥିଲା! ତେବେ ସ୍ତ୍ରୀକୁ ଫେରାଇ ଆଣିବାକୁ ଚେନେକା ଚତାର ସୁକିନ୍ଦା ଥାନା ମଙ୍ଗଳପୁର ସମିଲ ସାହିରେ ରହୁଥିବା ତା’ର ଭାଉଜ ସୁରୁ ଚାତାର(୪୦)ର ସହାୟତା ଲୋଡିଥିଲା! ତେବେ ଦିଅର କଥାରେ ରାଜିହୋଇ ମାର୍ଚ୍ଚ ୩ ତାରିଖରେ ଏକ ଅଟୋରେ ଭାଉଜ ତାର ଦୁଇ ପିଲାଙ୍କୁ ଧରି ଦିଅର ସହ ବେଣାପୁର ଆସିଥିଲା ! ସେମାନେ ସାଥିହୋଇ ୪ ତାରିଖ ସକାଳୁ ଚଡେଇଧରା ଯାଇ ଚେନେକାର ସ୍ତ୍ରୀକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ! ହେଲେ ଆଲୋଚନା ବେଳେ ଚେନେକା ତା ସ୍ତ୍ରୀକୁ ମାଡମାରିବା ସହ ଅତ୍ୟାଚାର କରିଥିବା ଜାଣିବା ପରେ ଭାଉଜ ଆଉ ଚଡେଇଧରା ଯିବାକୁ ରାଜି ହୋଇନଥିଲା! ଶେଷ ମୂହୁର୍ତ୍ତରେ ସ୍ତ୍ରୀକୁ ଫେରାଇ ଆଣିବାକୁ ରାଜି ନହେବାରୁ ଚେନେକା ଉତ୍ୟକ୍ତ ହୋଇ ଭାଉଜକୁ ମାଡ ମାରିବା ସହ ଏକ ସାଢିରେ ଭାଉଜ ବେକକୁ ଚାପି ହତ୍ୟା କରିଥିଲା ! ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ୫୩ ନମ୍ବର ଜାତୀୟ ରାଜପଥର ବେଣାପୁର ପୋଲ ପାଖକୁ ନେଇ ସେଠାରୁ ନଦୀକୁ ଫୋପାଡି ଦେଇ ଫେରାର ହୋଇଯାଇଥିଲା! ଏହି ଘଟଣା ନେଇ ୩ତାରିଖ ସକାଳୁ ଅରଖପୁର ସରପଞ୍ଚଙ୍କ ପ୍ରତିନିଧି ଗୌତମ ସିଂ ବଡଚଣା ଥାନାରେ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତ ମହିଳାଙ୍କ ଫଟୋକୁ ସୋସିଆଲ ମିଡିଆ ଓ ବିଭିନ୍ନ ସ୍ଥରରେ ସେୟାର କରି ସେହି ମାଧ୍ୟମରେ ତାଙ୍କ ପରିଚୟ ପାଇଥିଲା! ମୃତ ମହିଳାଙ୍କ ପରିତୟ ମିଳିଯିବା ପରେ ପୁରା ଘଟଣାର ପର୍ଦାଫାସ ହେବା ସହ ହତ୍ୟାକାରୀ ଚେନେକା ଚାତାର ଓରଫ ଚେହେଙ୍ଗାକୁ ୧୨ ତାରିଖ ଦିନ ଜେନାପୁର ଥାନା ଚଡେଇଧରାରୁ ଗିରଫ କରିବାକୁ ସକ୍ଷମ ହୋଇଥିଲା! ଏହି ମାମଲାର ତଦନ୍ତ କରୁଥିବା ନିଜେ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ହତ୍ୟାକାରୀକୁ ଥାନାକୁ ନେଇ ପଚରା ଉଚରା କରିବା ପରେ ସେ ତାର ଦୋଷ ମାନିଯିବା ସହ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ଦେଇଥିବା ପୋଲିସ ପ୍ରକାଶ କରିଛି! ମୃତା ମହିଳାଙ୍କ ଦୁଇ ଅନାଥ ନାବାଳକ ପିଲାଙ୍କୁ ପୋଲିସ ଉଦ୍ଧାର କରିବା ପରେ ସେମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଟିମଙ୍କୁ ହସ୍ତାନ୍ତର କରିଛି ! କୋର୍ଟ ଚାଲାଣ ହୋଇଥିବା ହତ୍ୟାକରି ଦିଅରର ଯାମିନ ଖାରଜ ହେବାପରେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି! ଏହି ଚାଞ୍ଚଲ୍ୟକର ଘଟଣାରେ ପୋଲିସର ସମୟୋପଯୋଗୀ ତଦନ୍ତ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି!
Leave A Reply