ରାଜ୍ୟରେ ଗଡିଲା ତୃତୀୟ “ବନେ୍ଦ ଭାରତ ଏକ୍ସପ୍ରେସ୍”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ
‘ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ’ ଷ୍ଟଲ୍ରେ ଅନୁଗୁଳ, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ବାଲୁଗାଁ, ଢେଙ୍କାନାଳ, ଭଦ୍ରକ, ଛତ୍ରପୁର ପ୍ରଭୁତି ସାମିଲ
ସ୍ଥାନୀୟ ଉତ୍ପାଦ ବିଶ୍ୱ ଦରବାରରେ ପହଂଚିପାରିବ
ଭୁବନେଶ୍ୱର, ତା.୧୨/୦୩: ମୋଦି ସରକାରଙ୍କ ଶାସନରେ ରେଳ ସେବା କ୍ଷେତ୍ରରେ ଓଡିଶାର ଅଦ୍ଭୁତପୂର୍ବ ଅଗ୍ରଗତି ଘଟିଛି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଯାହାର ଭିତିପ୍ରସ୍ତର କରନ୍ତି ତାହାର ଉଦ୍ଘାଟନ ମଧ୍ୟ କରନ୍ତି । ପ୍ରତିଶ୍ରୁତି ଦେଇ ତାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କଠାରୁ ଆଗରେ । ଯେଉଁଥିପାଇଁ ଓଡିଶାରେ ଆଜି ରେଳ ଯୋଗାଯୋଗର ବ୍ୟାପକ ହେବା ସହ ସବୁ ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିଛି । ବର୍ଷ ବର୍ଷ ଧରି ହୋଇନଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ଆଉ ଅଳ୍ପ ଦିନରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଓଡିଶାରେ ଚାଲିଲା ତୃତୀୟ “ବନେ୍ଦ ଭାରତ ଏକ୍ସପ୍ରେସ୍” ଟ୍ରେନର ଲୋକାର୍ପଣ କରିଛନ୍ତି । ସେଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ।
ଓଡିଶାରେ ଗଡିଲା ତୃତୀୟ “ବନେ୍ଦ ଭାରତ ଏକ୍ସପ୍ରେସ୍” । ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ର ପୁରୀରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମ୍କୁ ସଂଯୋଗ କରିବ ଏହି “ବନେ୍ଦ ଭାରତ” । ସିଧାସଳଖ ଭାବେ ଓଡିଶାର ପର୍ଯ୍ୟଟନ ଉପରେ ବିକାଶ ଆଣିବ । ପୁରୀ, ଚିଲିକା ହ୍ରଦ, କୋଣାର୍କକୁ ଦକ୍ଷିଣ ଭାରତ ସହିତ ଯୋଡିବ, ଯାହାକି ଦକ୍ଷିଣ ଓଡିଶା ଲୋକମାନଙ୍କର ପ୍ରମୁଖ ଦାବୀ ଥିଲା । ସେହିପରି ଦେଶରେ ୪୧ଟି ‘ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ’ ଷ୍ଟଲ୍କୁ ଉସôର୍ଗ କରାଯାଇଛି । ସେଥିରେ ଅନୁଗୁଳ, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ବାଲୁଗାଁ, ଢେଙ୍କାନାଳ, ଭଦ୍ରକ, ଛତ୍ରପୁର ପ୍ରଭୁତି ଷ୍ଟେସନରେ ଏହି ଷ୍ଟଲ୍ ଗୁଡିକ ଖୋଲାଯାଇଛି । ଯଦ୍ୱାରା ରାଜ୍ୟର ହସ୍ତ ଶିଳ୍ପ, ବୟନ ଶିଳ୍ପ, କଳାକୃତି, ପାରମ୍ପରିକ ପୋଷାକ ଏବଂ ଆଂଚଳିକ କୃଷି ଜାତ ଦ୍ରବ୍ୟ ଯଥା- ମିଲେଟ୍ସ ପ୍ରଭୁତି ଏହି ଷ୍ଟଲ ମାନଙ୍କରେ ଉପଲବ୍ଧ ହେବ । ଯଦ୍ୱାରା ଓଡିଶାର ଉତ୍ପାଦିତ ଦ୍ରବ୍ୟ ବିଶ୍ୱ ଦରବାରରେ ପହଂଚିପାରିବ । ସେହିପରି ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ପ୍ରମୁଖ ଷ୍ଟେସନରେ ଖୋଲିଯିବା ରେଳ ଷ୍ଟେସନ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବିଶେଷ ସହାୟକ ହେବ । ସୁଲଭ ମୂଲ୍ୟରେ ଉପଲବ୍ଧ ଗୁଣାତ୍ମକ ଔଷଧ ଓ ଉପଯୁକ୍ତ ସାମଗ୍ରୀ ଉପଲବ୍ଧ ହେବା ସହିତ ଏହା ରୋଜଗାରର ସୁଯୋଗ ସୃଷ୍ଟି କରିବ ।
୯ଟି ନୂତନ ଲାଇନ୍ ପ୍ରକଳ୍ପ ଉସôର୍ଗ କରିବେ ସେଥିରେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ପ୍ରକଳ୍ପ ଅନ୍ତର୍ଗତ ୨୩୪କୋଟିର ହରିଦାସପୁର-ବଇରି(୧୬.୮କିମି) ରେଳ ସେକ୍ସନ, କୋରାପୁଟ-ରାୟଗଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୩୧କୋଟିର ଦାମନ ଯୋଡି-ବାଇଗଡା(୧୪.୬କିମି), ଭିଜୟାନଗରମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୬୭କୋଟିର ସିଙ୍ଗାପୁର ରୋଡ-ରାୟଗଡା(୯୨.୨କିମି), କୋଟାଭାଲାସା-କୋରାପୁଟ ଦୋହରୀକରଣ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୨୩ କୋଟିର ସିମିଲିଗୁଡା-ଆରକୁ-ଗୋରାପୁର(୨୧.୬କିମି), କୋଟାଭାଲାସା-କୋରାପୁଟ ଦୋହରୀକରଣ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୪୭ କୋଟିର କୋଟା-ବୋଡାବରା, ବିଳାସପୁର-ଝାରସୁଗୁଡା ୪ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ ୫୫୦କୋଟିର ଝାରସୁଗୁଡା-ଜାମାଗା(୫୩କିମି), ବଣ୍ଡାମୁଣ୍ଡା-ରାଂଚି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୬୧.୭୩କୋଟିର ଲିଙ୍କ ବି-ଲିଙ୍କ ସି ବଣ୍ଡାମୁଣ୍ଡା, ରାଂଚି-ବଣ୍ଡାମୁଣ୍ଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୨୯.୯୫କୋଟିର ନବଗାଓଁ-ଓରଗା(୬.୮କିମି), ନାରାୟଣଗଡ-ଭଦ୍ରକ ୪ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ ୩୬.୧୨କୋଟିର ରାଣୀତାଲ-ରାଣୀତାଲ (ଏଲ) ୪ର୍ଥ ଲାଇନ (୩କିମି) ରେଳ ସେକ୍ସନ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଭାରତୀୟ ରେଳରେ ଆବଶ୍ୟକୀୟ ନବୀକରଣକୁ ପୂର୍ବବର୍ତୀ ସରକାର ସେଭଳି ବିଶେଷ ଗୁରୁତ୍ୱ ନଦେବା ଓ ଓଡ଼ିଶାକୁ ଅବହେଳା କରିବା, ଓଡ଼ିଶାବାସୀଙ୍କୁ ମର୍ମାହତ କରିଥିଲା । ଦେଶର ପ୍ରତ୍ୟେକ ପ୍ରାନ୍ତର ଉନ୍ନତୀକୁ ଅଗ୍ରାଧିକାର ଦେଉଥିବା ମୋଦି ସରକାର ରେଳ ନବୀକରଣର ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହୋଇଛି “ମୋଦି ସରକାରଙ୍କ ଗ୍ୟାରେଂଟି” ମାଧ୍ୟମରେ । ଭାରତୀୟ ରେଳ ଦେଶରେ ଗମନା ଗମନ ଓ ପରିବହନ କ୍ଷେତ୍ରରେ ମୁଖ୍ୟ ଆଧାର ପାଲଟିବା ସହିତ, ଦେଶବାସୀଙ୍କ ବଡ ବଡ ସ୍ୱପ୍ନକୁ ବାସ୍ତବତାର ରୂପ ଦେବାରେ ସକ୍ଷମ ହୋଇଛି ଏହି “ମୋଦି ସରକାରଙ୍କ ଗ୍ୟାରେଂଟି” । ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଂଚଳର ରେଳ ଭିତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ନଜର ରଖିଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଏହି ଅବସରରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।