ବାବା ଭୋଳାନାଥ ଙ୍କର ଏଭଳି ଅନେକ ମନ୍ଦିର ରହିଛି ଯେଉଁଠି ସେ ନିଜେ ପ୍ରକଟ ହୋଇ ଛନ୍ତି, ଏବଂ ଉକ୍ତ ସ୍ଥାନରେ ବିରାଜମାନ କରି ନିଜ ଭକ୍ତଙ୍କ ମନସ୍କାମନା କୁ ପୁର୍ଣ କରି ଥାଆନ୍ତି l ସେହିଭଳି ଗୋଟିଏ ବିଶେଷ ମନ୍ଦିର ରହିଛି ରାଜସ୍ଥାନ ରାଜ୍ୟର ଯୋଧପୁର ରେ l ଯେଉଁଠି ବିରାଜମାନ କରିଛନ୍ତି ପାତାଳେଶ୍ଵର ମହାଦେବ l ଆଜି ଆସନ୍ତୁ ଜାଣିବା ପାତାଳେଶ୍ଵର ମହାଦେବ ଙ୍କ ଦିବ୍ୟ ଉତ୍ପତି ବିଷୟରେ l ମାନ୍ୟତା ରହିଛି ଯେ ଯେ କୌଣସି ଭକ୍ତ ଥରେ ପାତାଳେଶ୍ଵର ମହାଦେବଙ୍କ ନିକଟକୁ ଯାଇଥାଏ ତାର ସମସ୍ତ କଷ୍ଟ ହରଣ ହୋଇଥାଏ l ତାର ଜୀବନ ରେ କୌଣସି ପ୍ରକାରର କଷ୍ଟ ରହି ନଥାଏ l
ମିଳିଥିବା ସୂଚନା ଅନୁସାରେ ପାତାଳେଶ୍ଵର ମହାଦେବ ଙ୍କ ମନ୍ଦିର କୁ ଗୁଜୁରାଟ ର ରାଜା ବିଜୟ ସିଂହ ୨୩୫ ବର୍ଷ ପୂର୍ବେ ମାଟିର ୪୦ ଫୁଟ ତଳେ ନିର୍ମାଣ କରିଥିଲେ l ଏହି ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନେ ସିଢି ମାଧ୍ୟାମେରେ ତଳକୁ ଓଲ୍ହାଇ ଥାଆନ୍ତି l ଏହି ପାତାଳେଶ୍ଵର ମହାଦେବ ଙ୍କ ମନ୍ଦିର ଯୋଧପୁର ସହର ବାସୀଙ୍କ ସହିତ ଜାପାନ ବାସୀ ଙ୍କର ମଧ୍ୟ ପ୍ରିୟ ଅଟେ l ଏହି ମନ୍ଦିର କୁ ଆମେରିକା, ଚୀନ ଓ ସ୍ପେନ ରୁ ମଧ୍ୟ ଲୋକ ଆସି ଥାନ୍ତି l
ପାତାଳେଶ୍ଵର ମହାଦେବ ଙ୍କ ନିକଟରେ ପ୍ରତିବର୍ଷ ବିଦେଶ ଭକ୍ତଙ୍କର ଅନେକ ସମାଗମ ହୋଇଥାଏ l ଏହି ମନ୍ଦିରକୁ ମହାରାଜା ବିଜୟ ସିଂହ ଙ୍କ ପତ୍ନୀ ଗୁଲାବ ରେ ୧୭୭୯ ଶତାବ୍ଦୀ ରୁ ୧୮୩୭ ମଧ୍ୟରେ ଫାଲଗୁନ ଶୁକ୍ଳ ପକ୍ଷ ର ଅଷ୍ଟମୀ ଦିନ ନିଜ ପୁତ୍ର ଶେର ସିଂହ ଙ୍କ ସ୍ମୃତି ରେ ନିର୍ମାଣ କରିଥିଲେ l