ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆଜିକାଲି ଲୋକଙ୍କୁ ଅନେକ ପ୍ରକାରର ଶାରୀରିକ ସମସ୍ୟାର ସମୁଖୀନ ହେବାକୁ ପଡୁଛି l ଏହା ସହିତ ଜୀବନଶୈଳୀ ରେ ପରିବର୍ତନ କାରଣରୁ ଆମ ନିଦ ମଧ୍ୟ ପ୍ରଭାବିତ ହୋଇଥାଏ l ଯେଉଁ କାରଣରୁ ଅନେକ ଲୋକ ସ୍ଲିପିଂ ଡ଼ିସ ଅର୍ଡର ର ସମୁଖୀନ ହେଉଛନ୍ତି l ଯେଉଁଥିରେ ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖା ଦେଉଛି ସ୍ଲିପିଂ ପାରାଲିସିସ l
ସ୍ଲିପିଂ ପାରାଲିସିସ କଣ ?
ଏହା ଗୋଟିଏ ଏଭଳି ସ୍ଲିପିଂ ଡ଼ିସଅର୍ଡର ଅଟେ ଯେଉଁଥିରେ ଆପଣ ନଶୋଇ ମଧ୍ୟ ନିଦ ରୁ ଉଠିବା ଭଳି ଅନୁଭବ କରିବେ l ତଥାପି କୌଣସି କାମ କରିବା ପାଇଁ ଅକ୍ଷମ ଅନୁଭବ କରିବେ l ଏପରିସ୍ଥିତି ରେ ଆପଣ ନିଜ ହାତ ଗୋଡ଼ ହଲାଇବା ପାଇଁ ମଧ୍ୟ ଅକ୍ଷମ ଅନୁଭବ କରିବେ l ଶରୀର ଥକା ଲାଗିବା ଭଳି ମଧ୍ୟ ଅନୁଭବ ହୋଇଥାଏ l
ସ୍ଲିପ ପାରାଲିସିସ ର କାରଣ କଣ ?
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ସ୍ଲିପ ପାରାଲିସିସ ଗୋଟିଏ ତାନ୍ତ୍ରିକ ତନ୍ତ୍ର ସମ୍ବନ୍ଧୀୟ ସମସ୍ୟା ଅଟେ l ଯାହାକି ଶୋଇବା ସମୟରେ ଅନୁଭବ କରାଯାଇ ଥାଏ l ଏହି ସମସ୍ୟା ସାଧାରଣ ଭାବରେ ଅଧିକ କିଶୋର ଅବସ୍ଥାରେ ଦେଖା ଯାଇଥାଏ l
ସ୍ଲିପ ପାରାଲିସିସ ର କାରଣ –
– ନିଦ୍ରା ହୀନତା
– ସ୍ଲୀପିଙ୍ଗ ପାଟର୍ନ ରେ ପରିବର୍ତନ
– ମାଦକ ଦ୍ରବ୍ୟ ସେବନ କରିବା
– ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପଡିବା
– ଖୁବ ଅଧିକ ମାନସିକ ଚାପ ବୃଦ୍ଧି
– ପ୍ୟାନିକ ଡ଼ିସଅର୍ଡର
କିପରି ପାଇବେ ମୁକ୍ତି –
– ନିୟମିତ ୭ରୁ ୮ ଘଣ୍ଟା ନିଦ ହେବା ଜରୁରୀ l
– ଶୋଇବାର ୨ଘଣ୍ଟା ପୂର୍ବରୁ ମୋବାଇଲ କିମ୍ବା ଲାପଟପ ନଦେଖିବା ଉଚିତ l
– ଶୋଇବାର ଓ ଉଠିବାର ସମୟ ସ୍ଥିର ରଖିବା ଜରୁରୀ l
– କମ ଆଲୋକ ଓ ଶାନ୍ତ ବାତାବରଣ ଥିବା ସ୍ଥାନରେ ସୂଅନ୍ତୁ l
– ଧୁମ୍ରପାନ, ମଦ କିମ୍ବା କାଫିନ ଭଳି ମାଦକ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ l
– ନିୟମିତ ଭାବରେ ବ୍ୟାୟାମ କରନ୍ତୁ l
– ମସ୍ତିଷ୍କ କୁ ଶାନ୍ତ ରଖିବା ପାଇଁ ନିୟମିତ ଧ୍ୟାନ କରନ୍ତୁ l