ବାରିପଦା : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜନ୍ମ ଜୟନ୍ତୀ ଅବସରରେ ତକତପୁର ସ୍ଥିତ ହୋଲି ପ୍ୟାଲେସ୍ ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ମୟୂରଭଞ୍ଜ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ଦିବସ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାୟ ୨୦୦ ଜଣ ଶିଳ୍ପଦ୍ୟୋଗୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବଳଭଦ୍ର ନାୟକ ପୌରହିତ୍ୟ କରିଥିଲେ । ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ(ଏଲଡିଏମ) ଶିବ ପ୍ରସାଦ ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଶିଳ୍ପ ସଂଘର ସମ୍ପାଦକ ସୌମ୍ୟରୂପ ଦାସ, ଷ୍ଟେଟ୍ ବ୍ୟାଙ୍କ୍ର ମୁଖ୍ୟ ପ୍ରବନ୍ଧକ ହିମାଦ୍ରୀ ସାହୁ, ସିଡିଭିଓ କଳ୍ପତରୁ ସ୍ୱାଇଁ, ଜିଲ୍ଲା ଖଣି ଅଧିକାରୀ ଭକ୍ତବନ୍ଧୁ ପାତ୍ର, ସିଡିଏଓ ଲକ୍ଷ୍ମଣ ଚନ୍ଦ୍ର ମୁର୍ମୁ, ଉପନିଦେ୍ର୍ଦଶକ ହସ୍ତଶିଳ୍ପ ସୌମ୍ୟା ସୁରଭିତା ସିଂହ ଓ ଡିଡିଏଚ୍ ସୁକାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ ଶିଳ୍ପର ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଭିତ୍ତିଭୂମିର ବିକାଶ ନିମନ୍ତେ ବିଭିନ୍ନ ଶିଳ୍ପଦ୍ୟୋଗୀ ତାଙ୍କର ମତାମତ ରଖିଥିଲେ । ମୁରଲୀଧର ସାହୁଙ୍କୁ ଜିଲ୍ଲାର ଶ୍ରେଷ୍ଠ ଶିଳ୍ପଦ୍ୟୋଗୀ ଭାବେ ସମ୍ମାନିତ କରାଯାଇଥିଲା । ସେହିପରି ମୋନାଲିକା ରାଉତଙ୍କୁ ଶ୍ରେଷ୍ଠ ପିଏମ୍ଇଜିପି ହିତାଧିକାରୀ ଓ ଦୁର୍ଗା ଇଣ୍ଡଷ୍ଟ୍ରିଇଜ୍ ର ଦେବଦତ୍ତ ମହାପାତ୍ରଙ୍କୁ ଶ୍ରେଷ୍ଠ ପିଏମ୍ଏଫଏମ୍ଇ ହୀତାଧିକାରୀ ଭାବେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିଳ୍ପ ବିକାଶ ଅଧିକାରୀ ଦୀନେଶ ଶଙ୍କର ହୋତା ପରିଚାଳନା କରିବା ସହିତ ସଭା ଶେଷରେ ଆଇପିଓ ଅମ୍ବୁଜ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।