Odisha news

କିଏସେ ସେହି ଲିଭର କିଙ୍ଗ, ଯିଏକି ଖାଇଥାଏ ଜୀବଜନ୍ତୁ ଙ୍କ କଞ୍ଚା ଲିଭର

0

ଏହି ଦୁନିଆରେ ରହି ଥାଆନ୍ତି ବିଭିନ୍ନ କିସମର ଲୋକେ, ଯିଏକି ନିଜର କିଛି ବିଶେଷ କାର୍ଯ୍ୟ କୁ ନେଇ ଚର୍ଚାରେ ରହି ଥାଆନ୍ତି l ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଲିଭର କିଙ୍ଗ, ଯିଏକି ଖାଇ ଥାଆନ୍ତି କଞ୍ଚା ମାଂସ l ବର୍ତମାନ ଏହି ବ୍ୟକ୍ତିଙ୍କୁ ଦେଖନ୍ତୁ, ଯିଏ ପିଜା ବର୍ଗର ଖାଇବା ଭଳି ଲିଭର ଖାଇ ଥାଆନ୍ତି l ଏହି ବ୍ୟକ୍ତିଙ୍କୁ ଲୋକେ ଲିଭର କିଙ୍ଗ ନାମରେ ଜାଣନ୍ତି l ଅସଲରେ ତାଙ୍କ ନାମ ହେଉଛି ବ୍ରାୟାନ ଜନ୍ସନ l ବ୍ରାୟାନ କେବଳ ଜୀବଜନ୍ତୁ ଙ୍କ କଞ୍ଚା ଲିଭର ଖାଇ ନଥାଆନ୍ତି ବରଂ ସେମାନଙ୍କ ବୋନ ମେରୋ ଓ ଟେଷ୍ଟି କଳସ ମଧ୍ୟ ଖାଇଥାଆନ୍ତି l

ଯଦି ଆପଣ ବିଶ୍ୱାସ କରୁ ନାହାନ୍ତି ତେବେ ଏହାକୁ ନିହାତି ଜାଣନ୍ତୁ l ବ୍ରାୟାନ ଖୁବ ଖୁସିରେ ଜୀବଜନ୍ତୁ ଙ୍କ ଲିଭର ଖାଇ ଥାଆନ୍ତି l ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ସେ କେବଳ କଞ୍ଚା ଲିଭର ଖାଆନ୍ତି ନାହିଁ, ଏଥି ସହିତ ଖୁବ ଫଳମୂଳ ଖାଇ ଥାଆନ୍ତି ଏବଂ ଖୁବ ଏକ୍ସରସାଇଜ ମଧ୍ୟ କରନ୍ତି l ଯେଉଁ କାରଣରୁ ସେ ସିକ୍ସ ପ୍ୟାକ ଆପ ମଧ୍ୟ କରିଛନ୍ତି l ବ୍ରାୟାନ ଏନ୍ସଷ୍ଟ୍ରଲ ଲାଇଫଷ୍ଟାଇଲ୍ ନାମକ କମ୍ପାନୀ ର ମାଲିକ ମଧ୍ୟ ଅଟନ୍ତି l ସେ ଆଗକାଳର ଜୀବନଶୈଳୀ କୁ ଆପଣାଇବା ପାଇଁ ଅନୁପ୍ରାଣିତ କରି ଥାଆନ୍ତି l ତାଙ୍କ ମତରେ ଆମ ପୂର୍ବଜ ମଧ୍ୟ କଞ୍ଚା ମାଂସ ଖାଉଥିଲା l ସୋସିଆଲ ମିଡିଆରେ ବ୍ରାୟାନ ଙ୍କ ଖୁବ ଅଧିକ ଫ୍ୟାନ ଫଲୋଇଙ୍ଗ ରହିଛନ୍ତି l

Leave A Reply