Odisha news

ମୋଟା ମଠ ମହନ୍ତ ଗୋବିନ୍ଦ ଦାସ ମହାରାଜ ପ୍ରୟାଗ ଖାକ୍ ଚୌକରେ ମହନ୍ତ ପଦବୀରେ ଅଧିଷ୍ଠିତ

0
ନିରାକାରପୁର,୩/୩: ଉତ୍ତରପ୍ରଦେଶ ମାଘମେଳା ପ୍ରୟାଗ ରାଜ ଠାରେ ଖୋର୍ଦ୍ଧା ମୋଟା ମଠ ମହନ୍ତ ଗୋବିନ୍ଦ ଦାସ ମହାରାଜ ଙ୍କୁ ପ୍ରୟାଗ ଖାକ୍ ଚୌକରେ ମହନ୍ତ ପଦବୀରେ ଅଭିଷିକ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହା ମଣ୍ଡଳେଶ୍ୱର ସତୁଆ ବାବା ଶ୍ରୀ ସନ୍ତୋଷ ଦାସ ( ପ୍ରଧାନମନ୍ତ୍ରୀ) ଯୋଗଦେଇ ଅଭିଷିକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖାକ୍ ଚୌକ ବ୍ୟବସ୍ଥା ସମିତିର ଦାମୋଦର ଦାସଜୀ ମହାରାଜା, ହିଟଲର ବାବା, ଗୋପାଳ ଦାସଜୀ, ରାମ ନରେଶ ଦାସଜୀ, ଶଶିକାନ୍ତ ଦାସଜୀ, ଲକି ମହାରାଜ, ପରାଶ ଦାସଜୀ ମହାରାଜ, ସଦିପ ତିୱାରୀ, ବବୁଲ ଜୀ ଓ ହେମନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଆମ ଅଞ୍ଚଳ ପାଇଁ ଏହି ଖବର ଖୁସି ଅନିଥିବାବେଳେ ବାବା ଗୋବିନ୍ଦ ମହାରାଜଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।
Leave A Reply