Odisha news

ଦୁଇ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କଲେ – ବଦ୍ରି ପାତ୍ର                                          

0

କେନ୍ଦୁଝର ; ଘସିପୁରା ବ୍ଲକ ଅନ୍ତର୍ଗତ କ ଇନିପୁରା ଠାରୁ ୨୦ ନମ୍ବର ଜାତୀୟ ରାଜପଥ ଘଷିପୁରା ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତା ସହ ଅସନବାହାଳୀ ଠାରୁ ବାଟସାହି ପର୍ଯ୍ୟନ୍ତ ଦୀର୍ଘ ୬ କିଲୋମିଟର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟପାଇଁ ଘଷିପୁରା ବିଧାୟକଙ୍କ ଦ୍ବାରା ଭିତି ପ୍ରସ୍ତର ପଡ଼ିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୂଖ୍ୟ ମନ୍ତ୍ରୀ ସଡ଼କ ଯୋଜନାରେ ଏହି ଦୁଇଟି ରାସ୍ତା ନିର୍ମାଣ ପାଇଁ ୧୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଜଣାପଡ଼ିଛି। ରାସ୍ତା ପ୍ରସସ୍ତି କରଣ ହେଲେ ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣ ସଦରମହକୁମାକୁ ସ୍ବଳ୍ପ ସମୟରେ ସୁବିଧାରେ ଅନାୟାସରେ ଯିବା ଆସିବା କରିପାରିବେ ବୋଲି ବିଧାୟକ କହିଥିଲେ। ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ସମେତ, ଭଣ୍ଡାରିଡିହା ସରପଞ୍ଚ କୃଷ୍ଣଚନ୍ଦ୍ର ରାଉତ, ବଳରାମ ପୁର ସରପଞ୍ଚ ବଳରାମ ସାହୁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅସିତ କୁମାର ପଣ୍ଡା, ଠିକାଦାର ସଞ୍ଜୟ କୁମାର ମିଶ୍ର, ଦେବେନ୍ଦ୍ର ଜେନା, ସୁରେନ୍ଦ୍ର ଭୂୟାଁ ସମେତ ସ୍ଥାନୀୟ ଅଞ୍ଚଳର ଶତାବ୍ଦୀକ ଜନସାଧାରଣ ଉପସ୍ଥିତ ଥିଲେ।

Nalco
Leave A Reply