Odisha news

ଏହି ୫ ଟି କଳା ଶସ୍ୟ ମଣିଷ କୁ ଦୂରେଇ ରଖିଥାଏ ମାରାତ୍ମକ ବ୍ୟାଧି ଠାରୁ : ରିସର୍ଚ୍ଚ

0

ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ସମସ୍ତ ଧଳା ଖାଦ୍ୟ ପଦାର୍ଥ ଅପେକ୍ଷା କଳା ରଙ୍ଗର ଖାଦ୍ୟ ସାମଗ୍ରୀ ରେ ଅନେକ ପୋଷାକ ତତ୍ୱ ଭରପୁର ମାତ୍ରାରେ ରହିଛି l ବ୍ଲାକ ଫୁଡ ରେ ରହିଥିବା ଏଣ୍ଠୋସାଇମିନ ନାମକ ପିଗ ମେଣ୍ଟ କଳା , ବାଇଗଣୀ , ଓ ନୀଳ ରଙ୍ଗର ଖାଦ୍ୟ ପଦାର୍ଥ ରେ ମିଳିଥାଏ l ଏହି ପିଗ ମେଣ୍ଟ ରେ ରହିଥିବା ଆଣ୍ଟି ଅକ୍ସି ଡେଣ୍ଟ ଗୁଣ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ l ଯାହାକି ବ୍ରେନ ଷ୍ଟ୍ରୋକ , ହାର୍ଟ ରୋଗ ଏବଂ କ୍ୟାନ୍ସର ଭଳି ଗମ୍ଭୀର ରୋଗ ରୁ ରକ୍ଷା କରିଥାଏ l ବ୍ଲାକ ସୁପର ଫୁଡ ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥାଏ ଓ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ l

* ଏହି ବ୍ଲାକ ସୁପରଫୁଡ ରେ ସାମିଲ ରହିଛି ଏହି ୫ ଟି ଖାଦ୍ୟ ପଦାର୍ଥ :-

* କଳା ରାଶି – ଏଥିରେ ରହିଛି ଗୁଡ ଫ୍ୟାଟ, ଓମେଗା ୩ , ଆଇରନ , କ୍ୟାଲସିୟମ , ମଗ୍ନେସିୟମ , ଜୀଙ୍କ , ଆଣ୍ଟି ଆକ୍ସିଡାଣ୍ଟ ରହିଥାଏ l କଳା ରାଶି ଖାଇବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ l ଦେହ ଫୁଲା କମିଥାଏ ଏବଂ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

କଳା ରାଶି ଭିଟାମିନ ଇ ରେ ଭରପୁର ଅଟେ l କଳା ରାଶି ସେବନ ଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ l

* କଳା ଚାଉଳ :-
କଳା ଚାଉଳ ରେ ଆଇରନ , ଜୀଙ୍କ ଓ ଫାଇବର ଭରପୁର୍ ମାତ୍ରା ରେ ରହିଥାଏ l ଧଳା ଚାଉଳ ବଦଳରେ କଳା ଚାଉଳ ପୋଷକ ତତ୍ୱ ରେ ଭରପୁର ହୋଇଥାଏ l କଳା ଚାଉଳ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇ ନଥାଏ ଏବଂ ଚକ୍ଷୁ ର ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ l ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ l

* କଳା ବିରୀ :-
କଳା ବିରୀ ଆଇରନ ଓ ପ୍ରୋଟିନ ର ଗୋଟିଏ ବଡ଼ ସ୍ରୋତ ଅଟେ l ଏଥରେ ଥିବା ଫାଇବର ପଚନ ତନ୍ତ୍ର କୁ ମଜବୁତ କରିଥାଏ l ହାର୍ଟ କୁ ସୁସ୍ଥ ରଖି ମଧୁମେହ କୁ ନିୟନ୍ତ୍ରିତ କରିଥାଏ l କଳା ବିରୀ ପୁରୁଷ ମାନଙ୍କ ପାଇଁ ଖୁବ ଲାଭକାରୀ ଅଟେ l ତେଣୁ ଏହା ପୁରୁଷ ମାନଙ୍କ ର ସ୍ପର୍ମ କାଉଣ୍ଟ ବୃଦ୍ଧି କରିଥାଏ l କଳା ବିରୀ ଏନର୍ଜି ବୃଦ୍ଧି କରିଥାଏ l ନର୍ଭ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ l

* କଳା ଅଙ୍ଗୁର :-
କଳା ଅଙ୍ଗୁର ରେ ରହିଥିବା ଆଣ୍ଟି ଅକ୍ସି ଡାଣ୍ଟ ହାର୍ଟ ପାଇଁ ଖୁବ ଲାଭ କାରୀ l ଏହାଦ୍ୱାରା ସ୍କିନ ସୁନ୍ଦର ରହିଥାଏ l ଏଥିରେ ରହିଥିବା ଭିଟାମିନ ସି ଇମ୍ୟୁନିଟି ବୃଦ୍ଧି କରିଥାଏ l କଳା ଅଙ୍ଗୁର ରେ କ୍ୟାଲୋରି କମ ରହିଥାଏ ଓ ଜଳୀୟ ଅଂଶ ଅଧିକ ଥାଏ l

* କଳା କିସମିସ :-
କଳା କିସମିସ ସେବନ କରିବା ଦ୍ୱାରା ଇନଷ୍ଟାଣ୍ଟ ଏନର୍ଜି ମିଳିଥାଏ l କଳା କିସମିସ ନିୟମିତ ସେବନ କରିବା ଦ୍ୱାରା କେଶ ଘନ ଓ ଲମ୍ବ ହୋଇଥାଏ l ଏବଂ ଅଷ୍ଟ୍ରିୟ ପରୋଶିଶ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

Nalco
Leave A Reply