ଗଞ୍ଜାମ ,ସୋରଡା(ମନୋରଞ୍ଜନ ଅଧିକାରୀ।) : ବହୁ ଦିନର ପାନୀୟ ଜଳ ସମସ୍ୟା ସୋରଡା ବାସୀ ଙ୍କ ଦୂର ହୋଇଛି । ଏହା ସାକାର ହୋଇଛି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା । ପାନୀୟ ଜଳ ପାଇବା ପାଇ ସୋରଡା ବାସୀ ବହୁ ସମସ୍ୟା ଭୋଗିବାକୁ ପଡୁଥିଲା । ଏହି ସମସ୍ୟା ଦୂର କରିବା ପାଇ ସୋରଡା ନିକଟ ଋଷିକୁଲ୍ୟା ନଦୀ ତଟରେ ବୃଦ୍ଧଲିଙ୍ଗେଶ୍ଵର ମନ୍ଦିର ନିକଟରେ ଏକ 2.50000 ଲିଟର ଟାଙ୍କି ନିର୍ମାଣ କରାଗଲା ଏବଂ ଏଥିରେ 192 ଲକ୍ଷ ଟଙ୍କା ଖର୍ଛ କରାଗଲା ଏବଂ ଦୁଇ କିଲୋମିଟର ଦୂର ପର୍ଯ୍ୟନ୍ତ ପାଇପ ଲାଇନ ବିଛାଯାଇ ଘରେ ଘରେ ପାନୀୟ ଜଳ ଯୋଗାଗଲା । ବହୁ ଦିନର ସମସ୍ୟା ଲୋକଙ୍କ ଦୂର ହୋଇଛି । ଦିନ ରାତି ପାନୀୟ ଜଳ ପାଇ ଲୋକଙ୍କ ମନରେ ବହୁତ ଖୁସି ଦେଖାଯାଇଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫେର୍ନ୍ସ ମାଧ୍ୟମରେ ଏହା ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୋରଡା ବିଧାୟକ ,ଏନଏସି ଅଧକ୍ଷ ଶିବ ଶଙ୍କର ପଣ୍ଡା ,କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ଵାଳ ଅବମ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ । ବହୁ ମହିଳା ଏହି କର୍ଜ୍ୟକ୍ରମ ରେ ରହି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟ କ୍ରମ କୁ ଉପୋଭୋଗ କରିଥିଲେ ।
