Odisha news

ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀଙ୍କ ଦାବି : ବେଆଇନ ନିର୍ମାଣ ଉଚ୍ଛେଦ ନେଇ ହାଇକୋର୍ଟଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ

0

ତିହିଡ଼ି, ୨୯/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ତହସିଲ ଅନ୍ତର୍ଗତ କୋହ୍ଲ ବଜାର ନିକଟରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ନେଇ ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ତିହିଡି ତହସିଲ ପ୍ରଶାସନ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗ୍ରାମବାସୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରିଛନ୍ତି । ପ୍ରକାଶ ଯେ, କୋହ୍ଲ ବଜାର ନିକଟରେ ଥିବା ନୟନଯୋରି କିସମ ଜମି, ଖାତା ନମ୍ବର-୬୯୯ ଓ ଖସଡା ନମ୍ବର-୧୩୧୧ ଉପରେ ମଙ୍ଗଳପୁର ସେବା ସମବାୟ ସମିତିର ସଭାପତି ନିତ୍ୟାନନ୍ଦ ବେହେରା ଏକ ପକ୍କା ଗୃହ ନିର୍ମାଣ କରିଥିଲେ । ଏହି ନିର୍ମାଣକୁ ବିରୋଧ କରି ଗୋବର୍ଦ୍ଧନ ନାୟକଙ୍କ ସମେତ ଅନ୍ୟ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି ରାଜନୈତିକ ଚାପରେ ପଡି ପ୍ରଶାସନ କୌଣସି ତତ୍ପରତା ପ୍ରକାଶ କରି ନଥିଲା । ପରେ ଗୋବର୍ଦ୍ଧନ ନାୟକ ଓ ଅନ୍ୟମାନେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଡବ୍ଲ୍ୟୁପି(ସି)(ପିଆଇଏଲ) ନମ୍ବର-୧୬୫୮୪ ଦାୟର କରାଇଥିଲେ । ଏହି ମାମଲାଟିର ବିଚାର କରି ମାନ୍ୟବର ହାଇକୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ ଗତ ୦୫-୦୨-୨୪ରେ ଉକ୍ତ ବେଆଇନ ଅବରୋଧକୁ ଉଚ୍ଛେଦ ନିମନ୍ତେ ଆଦେଶ ଦେଇଥିଲେ । ଉକ୍ତ ଆଦେଶ ମୂଳେ ତହସିଲଦାର ଉକ୍ତ ଜାଗାର ମାପଚୂପ କରି ରିପୋର୍ଟ ପ୍ରଦାନ କରିବାକୁ ସ୍ଥାନୀୟ କୋହ୍ଲ ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ମାପଚୂପକୁ ୩ ଦିନ ବିତି ଯାଇଥିବା ବେଳେ ଉଚ୍ଛେଦ ନେଇ ତହସିଲ ପ୍ରଶାସନର ନୀରବତା ତଥା ନିଷ୍କ୍ରିିୟତା ସେମାନଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି ବୋଲି ଅଭିଯୋଗକାରୀ ଶ୍ରୀ ନାୟକଙ୍କ ସମେତ ଗୌତମ ମୁଦୁଲି, ବିମ୍ବାଧର ପରିଡା, ପ୍ରକାଶ ଜେନା, ଗୟାଧର ଜେନା, ଭରତ ଜେନା, ରମେଶ ବେହେରା, ଲକ୍ଷ୍ମୀଧର ନାୟକ ଓ ଦେବେନ୍ଦ୍ର ସାମଲ କହିବା ସହ ତୁରନ୍ତ ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।

Ad2
Leave A Reply