ବାଲିଗୁଡ଼ା : କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବୁଥ୍ ଚାଲ ଅଭିଯାନ ସହ ମୋଦୀ ଗ୍ୟାରେଣ୍ଟି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଙ୍କ ନେତୃତ୍ବରେ ତୁମୁଡ଼ିବନ୍ଧ ମଣ୍ଡଳ ର ବେଲଘର, ବିଲାମାଳ, ଝିରିପାଣି, ଗୁମା ପଞ୍ଚାୟତ ର ବିଭିନ୍ନ ଗାଁ କୁ ଗାଁ ବୁଲି ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବୁଥ୍ ଚାଲ ଅଭିଯାନ ମାଧ୍ୟମରେ ଘରକୁ ଘର ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣ କାରୀ ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବୁଥ ପ୍ରମୁଖ ବ୍ୟକ୍ତିତ୍ଵ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୋଦୀ ଗ୍ୟାରେଣ୍ଟି ପତ୍ରିକା ଏବଂ ମୋଦୀ କ୍ୟାଲେଣ୍ଡର ଘରେ ଘରେ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବେଲଘର ସରପଞ୍ଚ ଗୋବିନ୍ଦ ମାଝି,ଗଙ୍ଗା ଧର ଗରଡିଆ ,ଯଶବୋନ୍ତ ମାଝି, ଶ୍ରୀରାମ ବାରିକ,ଆଶିଷ ନାୟକ ,ଜିତୁ ନାୟକ ,ମିଥୁନ ତନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l