ଆଠଗଡ଼ ୨୫-୦୨-୨୪ ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ଥାନା ଅନ୍ତର୍ଗତ କଇଥ ଛକ ଏକ ହୋଟେଲ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ଅଚିହ୍ନା ମହିଳା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ କିଛି ସ୍ବେଛାସେବୀ ଙ୍କ ସହାୟତା ରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଆଠଗଡ଼ ଡ଼ାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଙ୍କ ଆନୁମାନିକ ବୟସ ୪୫ ବର୍ଷ ହେବ। ସଂପୃକ୍ତ ମହିଳା ଙ୍କ ପରିଚୟ ମିଳିନଥିବାରୁ ଶବ ବ୍ୟବଚ୍ଛେଦ ନ ହୋଇ ଡାକ୍ତରଖାନାରେ ସଂରକ୍ଷିତ ରଖାଯାଇଛି। ଆଠଗଡ଼ ପୋଲିସ ସବ ଇନସ୍ପେକ୍ଟର ବିଶ୍ଵଜିତ ଜେନା ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ମୃତ ଦେହ ଚିହ୍ନଟ ପରେ ସବିଶେଷ ତଥ୍ୟ ଜଣା ପଡ଼ିବ ବୋଲି କୁହାଯାଉଛି।
