Odisha news

କୁଶ ପଟ୍ଟନାୟକ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଛି : ଭାଗୀରଥି

0
କେନ୍ଦୁଝର : ଆନନ୍ଦପୁର ଟାଉନ ଷ୍ଟାଡିୟମ ରେ କୁଶ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇଛି। କ୍ରୀଡ଼ା ସଂସଦର ସଂପାଦକ ତଥା ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକାରୀ ସମ୍ପାଦକ ନବରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନାରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସ୍ବର୍ଗତ କୁଶ ରଞ୍ଜନ ପଟ୍ଟନାୟକଙ୍କ ଝିଅ ଅନିଶା ପଟ୍ଟନାୟକ,ଯୁବ ବିଜେଡି ସଭାପତି ରାକେଶ ରାମ, କାଉନସିଲର କୃଷ୍ଣଚନ୍ଦ୍ରରଣା, ଉପସ୍ଥିତ ଥିଲେ। ଉଦଘାଟନୀ ମ୍ୟାଚରେ କଟକର ମଙ୍ଗଳା କ୍ଲବ ୨-୧ଗୋଲରେ ଭଦ୍ରକର ବାଦଲ ଏକାଡେମୀକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି। ଖେଳର ପ୍ରଥମାର୍ଦ୍ଧରେ ଭଦ୍ରକର ପ୍ରକାଶ ନାୟକ ପ୍ରଥମ ଗୋଲ ଦେଇଥିଲେ। ଦ୍ଵିତୀୟାଦ୍ଧରେ କଟକର ପାପୁଲି ଦାସ ଗୋଟିଏ ଗୋଲ ଦେବାପରେ ସ୍କୋର ସମାନ ହୋଇଥିଲା। ଏହାପରେ କଟକର ଦୀନବନ୍ଧୁ ଦାସ ବିଯୟ ସୂଚକ ଗୋଲ ଦେଇଥିଲେ।କଟକର ପିପୁଲି ଦାସଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା।ରେଫରି ଆଲୋକ ଦେହୁରୀ ମ୍ୟାଚ ପରିଚାଳନା କରିଥିଲେ। ସୁଜିତ୍ ରାଜହଂସ, ଆୟୁଷକାନ୍ତ ସ୍ୱାଇଁ, ଲାଇନ୍ସମ୍ୟାନ୍ ଓ ଏମ୍ ଏସ୍ ବେଗ୍ ଚତୁର୍ଥ ରେଫରି ଭାବେ ଦାୟିତ୍ଵ ତୁଲାଇଥିଲେ। କ୍ରୀଡ଼ା ସଂସଦର ବରିଷ୍ଠ ସଦସ୍ୟ ମନୋରଞ୍ଜନ ପଟ୍ଟନାୟକ,  ବିନୋଦ ବିହାରୀ ମିଶ୍ର, ଅକ୍ଷୟ ମହାନ୍ତି, ରମେଶ ସିଂହ, ଡ଼ ନରେନ୍ଦ୍ର ପ୍ରସାଦ ସାହୂ, ମୂରଲୀଧର ମିଶ୍ର, ଗଗନ ସିଂହ, ନିରାକାର ଦଳେଇ, ଅଖିଳ ପଟ୍ଟନାୟକ,ଦଉଲଆଲ ଦାସ, ଦେବବ୍ରତ କରଣ,ବିରଜା ପ୍ରସାଦ
ନାୟକ, ପ୍ରସନ୍ନ କୁମାର ମିଶ୍ର,ପ୍ରଦୀପ ହଜାରୀ,ମନୋଜ ସିଂହ, ପ୍ରସନ୍ନ ପରିଡା,ଅଶୋକ ରାଉଳ, ଅଜୟ ସେଠୀ,  ଜୟନାରାୟଣ ମହାନ୍ତି ଉପସ୍ଥିତ ଥିଲେ
Ad2
Leave A Reply